ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ବାବା ଶ୍ରୀ ମୁକ୍ତେଶ୍ଵର ବ୍ରାହ୍ମଣୀଗାଁ, ନୀଳକଣ୍ଠେଶ୍ଵର ଗଦାପୁର, ଜଳେଶ୍ଵର ବାବା ଦାରିଙ୍ଗବାଡି, ସୋମନାଥ ବାବା ସିମନବାଡ଼ି, ଜଳେଶ୍ଵର ବାବା ସୋନୁପୁର, ସୁରେଶ୍ଵର ବାବା ବୁଡ଼ାଗୁଡ଼ା ଓ ବରୁଣେଶ୍ୱର୍ ବାବା ତିଲୋରି, ସୋମନାଥ ବାବା ଅଲାରୀ, ଗୁମିକିଆ ଆଦି ଶୈବ ପୀଠରେ ସହ ସହ ଭକ୍ତଙ୍କ ସମାଗମ ହୋଇଥିବା ଜଣା ପଡ଼ିଛି । ଏହି ଅବସରରେ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ବାବା ମୁକ୍ତେଶ୍ଵର ବ୍ରାହ୍ମଣୀଗାଁ ଶୈବ ପୀଠ ରେ ଶିବ ରାତ୍ରୀ ପର୍ବ ଧୁମ୍ ଧାମରେ ପାଳନ କରା ଯାଇଛି । ବୈଦିକ ରୀତି କାନ୍ତି ଅନୁସାରେ ପୂଜା ଅର୍ଚ୍ଚନା କରିବା ସହ ସନ୍ଧ୍ୟା ଆଳତୀ ଓ ଠାକୁରଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା l ଶିବ ମନ୍ଦିର ପ୍ରାଙ୍ଗଣରୁ ଭକ୍ତମାନେ ଢୋଲ ବାଦ୍ୟ, ନାଚ ଗୀତ କରି ନଗର ପରିକ୍ରମା କରିଥିବା ବେଳେ ହର ହର ମହାଦେବ ଧ୍ଵନୀରେ ଗଗନ ମଣ୍ଡଳ ପ୍ରକମ୍ପିତ ହୋଇଥିଲା । ଭକ୍ତମାନେ ରାତ୍ରୀ ଉଜାଗର ରହି ଠାକୁର ଦର୍ଶନ ସହ ପୂଜା ଅର୍ଚ୍ଚନା କରିଥିବା ବେଳେ ମଧ୍ୟ ରାତ୍ରରେ ମହାଦୀପ ପ୍ରଜ୍ବଳନ କରାଯାଇ ଥିଲା । ଶିବ ରାତ୍ରୀ ପର୍ବ ସହ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଥିବାରୁ ବ୍ରାହ୍ମଣୀଗାଁ ଉତ୍ସବ ମୁଖର ହୋଇ ଉଠିଛି l ଆଗାମୀ ୧୯ତାରିଖରୁ ୨୩ତାରିଖ ପର୍ୟ୍ୟନ୍ତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ନାମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଆଦି ବିଭିନ୍ନ ସାମୁହିକ ପ୍ରସାଦ ସେବନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।