ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ଗ୍ରାମରେ ପବିତ୍ର ବଡ଼ଦିନ ବହୁତ ଧୁମ୍ ଧାମ୍ ଆଡମ୍ବର ସହ ନାଚ ଗୀତରେ ପାଳିତ ହୋଇଛି l ପାଳକ ପବିତ୍ର ବେବର୍ତ୍ତା ଏବଂ ଚାଳକ କବିରାଜ ବର୍ଦ୍ଧନଙ୍କ ନେତୃତ୍ୱରେ ଚର୍ଚ୍ଚ ଘରକୁ ବହୁତ ସୌନ୍ଦର୍ଯ୍ୟ ଭାବେ ସଜବାଜ କରି ପ୍ରଭୁ ଯୀଶୁଙ୍କ ପବିତ୍ର ଜନ୍ମ ଦିନକୁ ପାଳନ କରାଯାଇଛି l ମୁଖ୍ୟତଃ ପାରଳା ବିଧାୟକ ରୁପେଶ କୁମାର ପାଣିଗ୍ରାହୀ ଏହି ପବିତ୍ର ବଡ଼ଦିନ ପାଳନ କରିବା ପାଇଁ ଗାଇବା ଗ୍ରାମକୁ ଆସି ଚର୍ଚ୍ଚରେ ଉପସ୍ଥିତ ହୋଇ ଗ୍ରାମ ବାସୀଙ୍କୁ ଶୁଭେଚ୍ଛା ଦେବା ସହ ପାଳକ, ଚାଳକ ଏବଂ ଦୀକଣମାନଙ୍କୁ କିଛି ଉପହାର ଦେଲେ l ଏହି ବଡ଼ ଦିନ ପାଳନ କରିବା ପାଇଁ ଯେଉଁମାନେ ବର୍ଷ ବର୍ଷ ଧରି ଦେଶ ବିଦେଶ ଚାକିରୀ ହେଉ ବା କୁଲି ମଞ୍ଜୁରୀ ଶ୍ରେଣୀର ସମସ୍ତେ ନିଜ ନିଜ ଗ୍ରାମକୁ ଫେରି ଆସି ଏହି ବଡ଼ଦିନ ପାଳନ କରିଥାନ୍ତି l ଗ୍ରାମର ଅନେକ ଯୁବକମାନେ କିଛି କିଛି ଚାନ୍ଦା ଆଦାୟ କରି ଗ୍ରାମକୁ ସୌନ୍ଦର୍ଯ୍ୟ ଭାବେ ସଜବାଜ କରି ଥିଲେ l