ଓପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କରି କନ୍ଧମାଳ ଜିଲ୍ଲାର ଗୌରବ ରଖିଛନ୍ତି ମାନସ ରଞ୍ଜନ ବେହେରଦଳେଇ…

ଦାରିଙ୍ଗବାଡି(ଆଶୋକ ସିଂ): ଓପିଏସସି ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷାରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅର୍ନ୍ତଗତ ମେରାମାହା ଗ୍ରାମର ମାନସ ରଞ୍ଜନ ବେହରଦଳାଇ ୧୬ ତମ ସ୍ଥାନ ରଖି  ଉତ୍ତୀର୍ଣ୍ଣ ହୋଇ ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଏହି ସଫଳତା ପାଇଁ ସେ ତାଙ୍କ ମା’ ଓ ବାପା ଏବଂ ପ୍ରାଥମିକ ଶିକ୍ଷା  ଆରମ୍ଭ କରିଥିବା ବ୍ରାହ୍ମଣୀଗାଁ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି । ବ୍ରାହ୍ମଣୀଗାଁ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ପଢିବା ପରେ ସେ ବ୍ରହ୍ମପୁର ସ୍ଥିତ ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟ ପରେ ଖଲ୍ଲିକୋଟ ଜୁନିୟର କଲେଜରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ କଲେଜ ଅଫ୍ ଭେଟେରିନାରି ସାଇନ୍ସ ଏଣ୍ଡ ଆନିମାଲ୍ ହଜବ୍ୟାଣ୍ଡ୍ରିରେ OUAT, ଭୁବନେଶ୍ୱରରେ ଅଧ୍ୟୟନ କରି ଡ଼ିଗ୍ରୀ ହାସଲ କରିଥଲେ । ଓପିଏସସି ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷାରେ ୧୬ ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ଭାବେ ସରକାରଙ୍କ ଦ୍ବାରା ଦାୟିତ୍ଵ ତୁଲାଇବେ । ପ୍ରକାଶଯେ ମାନସଙ୍କ ବାପା ଟୁଟୁ ବେହେରଦଳାଇ ପୋଲଟ୍ରି ପ୍ରସାରଣ ପରିଚାଳକ, CDVO କାର୍ଯ୍ୟାଳୟ ବ୍ରହ୍ମପୁରରେ କାର୍ଯ୍ୟରତ ରହିଥିବା ବେଳେ ଓ ମା ବିଳାସିନୀ ବେହେରଦଳାଇ ଗୃହଣୀ । ତାଙ୍କର ଏହି ସଫଳତା ପାଇଁ ଆତ୍ମୀୟ ସ୍ୱୋଜନ, ବନ୍ଧୁବର୍ଗ ଓ ବିଭିନ୍ନ ମହଲରୁ ଅଭିନନ୍ଦନ ସୁଅ ଛୁଟି ଥିବା ପ୍ରକାଶ ପାଇଛି ।