ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଆଉ କିଛି ଦିନ ପରେ ୨୦୨୬ ବର୍ଷର ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁଯାଉଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି l ଏଥିପାଇଁ ସବୁରି ମନରେ ଆଗ୍ରହ ଓ ଉତ୍କଣ୍ଠା ଦେଖାଦେଇଛି l ଏହି ମହୋତ୍ସବ ପାଇଁ ଗାଁରୁ ସହର ପର୍ୟ୍ୟନ୍ତ ଚର୍ଚ୍ଚା ଜୋର ଧରିଥିବା ବେଳେ ଦାରିଙ୍ଗବାଡିର ଐତିହ୍ୟ, କଳା ସଂସ୍କୃତିକୁ ନେଇ ଶୀତ ମହୋତ୍ସବର ଲୋଗ ଉନ୍ମୋଚନ କରାଯାଇଛି । ରବିବାର ପୂର୍ବାହ୍ନରେ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଶୀତ ମହୋତ୍ସବ ପୋଷ୍ଟରର ଉଦ୍ଘାଟନୀ ଅବସରରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିବା ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ରଥ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ଶ୍ରାନିକେତା ସରପଞ୍ଚ ଗଙ୍ଗାଧର ପ୍ରଧାନ, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ପତିତପାବନ ରାଉତ, ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ, ଜିଲା ସମ୍ପାଦକ ସନ୍ତୋଷ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ରୁଦ୍ରମାଧବ ସାହୁ, ପୂର୍ବତନ ସାଧାରଣ ସମ୍ପାଦକ ପ୍ରଭାକର ସାହୁ, ବଣିକ ସଙ୍ଘ ଉପସଭାପତି ଦିଲୀପ ସାହୁ, ପୂର୍ବତନ ଜିଲା ସମ୍ପାଦକ ତଥା ଆଇନଜୀବୀ ହରେନ ସାହୁଙ୍କ ସମେତ ବହୁ ଅଞ୍ଚଳବାସୀ ଏହି ଉନ୍ମୋଚନରେ ଯୋଗ ଦେଇଥିଲେ । ପୋଷ୍ଟର ଉନ୍ମୋଚନ ପରେ ଗାଁ ଗାଁକୁ ପୋଷ୍ଟର ପଠାଯାଇଥିବା ନେଇ ବିଡ଼ିଓ ଶ୍ରୀ ରଥ ସୂଚନା ପ୍ରଦାନ କରିଛନ୍ତି l