ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୋଟିଏ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ l ଏଠି ଜନସାଧାରଣ ବିଶେଷତ୍ୱ ପାହାଡ଼ ପର୍ବତରେ ବସବାସ କରିଥାନ୍ତି l ଗଜପତି ଜିଲ୍ଲାର ଭୌଗଳିକ ସ୍ଥିତିରେ ସୁଧାର ଆଣିବାକୁ ଆଗେଇ ଆସିଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ରୁପେଶ ପାଣିଗ୍ରାହୀ l ନିଜ କ୍ଷେତ୍ରୀୟ ଅଞ୍ଚଳ କଥା କୁହନ୍ତୁ ଅବା ସୀମାନ୍ତ ନିର୍ବାଚନ ମଣ୍ଡଳର କଥା କୁହନ୍ତୁ l ଛୋଟ ବଡ଼ ପ୍ରତ୍ୟେକ ଜାଗାକୁ ଖବର ପାଇବା କ୍ଷଣି ନିଜ ଟିମ ସହିତ ପହଁଚି ଯାଆନ୍ତି l ନିଜ ନିର୍ବାଚନ ମଣ୍ଡଳୀରେ ହିଁ ସେ ସୀମିତ ହୋଇ ରହି ନାହାନ୍ତି l ତାଙ୍କର କାମ କରିବା ଶୈଳୀ ବେଶ ଲୋକଙ୍କ ମନରେ ଜାଗା ବନେଇ ପାରିଛି l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ରାୟଗଡ ବ୍ଲକ କୁମୁଳାସିଂରେ l ଗ୍ରାମର ଲୋକମାନେ ବହୁ ଦିନ ଧରି ଗୁମ୍ମା ବ୍ଲକର ଅଜୟଗଡ ଗ୍ରାମକୁ ଓ କୁମୁଳାସିଂ ମାତ୍ର 4 କିଲୋମିଟର ଦୂରର ରାସ୍ତାକୁ ନିର୍ମାଣ ପାଇଁ ଅନେକ ଦାବି ଦେଲାବାଦେ ବି କୌଣସି ଫଳ ନ ମିଳିବାରୁ ଆଜି ଉକ୍ତ ବିଷୟରେ ଅବଗତ କରାଇବା ନିମନ୍ତେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀଙ୍କୁ କୁମୁଳାସିଂ ଗ୍ରାମକୁ ନିମନ୍ତ୍ରଣ କରିଥିଲେ l ନିମନ୍ତ୍ରଣ ରକ୍ଷା କରି ତୁରନ୍ତ ବିଧାୟକ ପହଁଚି ଉକ୍ତ ରାସ୍ତା କାମ ପାଇଁ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି l ନିଜ କ୍ଷେତ୍ରର ସମସ୍ୟାକୁ ଦୂର କରିବା ସହିତ ସୀମାନ୍ତ ଲୋକଙ୍କ ସମସ୍ୟାକୁ ନିଜ ସମସ୍ୟା ଭାବି କାମ କରୁଥିବା ଶୈଳୀକୁ ସ୍ଥାନୀୟ ଅଞ୍ଚଳରେ ବିଧାୟକଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି l