ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଠାରେ ଖ୍ରୀଷ୍ଟମାସ କାଣ୍ଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଶନିବାର ଦିନ ମିଳିତ ଖ୍ରୀଷ୍ଟିଆନ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାକ ଖ୍ରୀଷ୍ଟ ଜୟନ୍ତୀ ପାଳନ କରାଯାଇ ଥିବା ବେଳେ ସନ୍ଧ୍ୟା ସମୟରେ ଓଡିଶା ଗୁଡ଼ ନିଉଜ ମିଶନର କନ୍ଧମାଳ ଶାଖା ପକ୍ଷରୁ ଖ୍ରୀଷ୍ଟ ମାସ କାଣ୍ଟା କାର୍ଯ୍ୟକ୍ରମ ସ୍ଥାନୀୟ ଗୁମ୍ଫା ପଡ଼ିଆରେ ଅନୁଷ୍ଠିତ ହୋଇଥିଲା l
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚର୍ଚ୍ଚର ମୁଖ୍ୟ ଯାଜକ ବିମଳ ଚନ୍ଦ୍ର ନାୟକ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ସଭାପତି ବିକ୍ରମ ବସ୍ତିରାୟ, ମିଳିତ ସୁରକ୍ଷା ମଞ୍ଚର ସଭାପତି ଚିତ୍ର ସେନ କାର୍ଜୀ ମାଝୀ, ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, ମଣ୍ଡଳ ସଭାପତି ଗଣେଷ ଡାକୁଆ, ଶ୍ୟାମ ମାହାଙ୍କୁଡ ସମେତ ସମସ୍ତ ବର୍ଗର ସ୍ଥାନୀୟ ନେତୃବୃନ୍ଦ ଯୋଗ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା l ପରେ ଅନୁଷ୍ଠାନର ଛୋଟ ବଡ଼ କଳାକାରମାନଙ୍କ ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଚରିତ୍ର ନାଟକ ମଞ୍ଚସ୍ଥ ହୋଇଥିଲା l ପ୍ରଥମ ଥର ପାଇଁ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ହୋଇ ଥିବାରୁ ଦର୍ଶକମାନଙ୍କୁ ବେଶ ଆକୃଷ୍ଟ କରିଥିଲା l ଥଣ୍ଡା କାକାର ସହ୍ୟ କରି ଦର୍ଶମାନେ ନାଟକଟିକୁ ବେଶ ଉପଭୋଗ କରିଥିଲେ । ଅନୁଷ୍ଠାନର ମୁଖ୍ୟ ପରିଚାଳକ ପାଷ୍ଟର ରଜତ ଭୂଷଣ ନାୟକଙ୍କ ନେତୃତ୍ୱରେ ପାଷ୍ଟର ଆନନ୍ଦ କୁମାର ନାୟକଙ୍କ ସମେତ ଉଦୟଗିରି ଓ ଦାରିଙ୍ଗବାଡି ଟିମ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Next Post