ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍କା ଦାରିଙ୍ଗବାଡି ବ୍ଲକରେ ଅନେକ ଦୁର୍ଗମ ପଞ୍ଚାୟତ ରହିଛି l ଯାହାକି ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଠାରୁ ପ୍ରାୟ ୪୦ ରୁ ୮୦କିମି ଦୁରରେ ଅବସ୍ଥିତ l ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଆଠ ଗୋଟି ପଞ୍ଚାୟତ ଗଦାପୁର, ସାରାମୁଳି, ତାଯୁଙ୍ଗିଆ, ହାତୀମୁଣ୍ଡା, ଝିଞ୍ଜିରୀଗୁଡା, କୁମ୍ଭାରୀଗାଁ, କାଟିଙ୍ଗିଆ ବିଛିନ୍ନାଞ୍ଚଳ ରହୁଥିବାରୁ ଅନେକ ଉନ୍ନୟନ କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି l ଏଣୁ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ଦୁର୍ଗମ ଅଞ୍ଚଳକୁ ଗୁରୁତ୍ୱ ଦେଇ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରୁଥିବା ଦେଖିବାକୁ ମିଳିଛି l ଶୁକ୍ରବାର ସେ ବ୍ରାହ୍ମଣୀଗାଁ ଅଞ୍ଚଳ ଗସ୍ତ କରି ସେଠାରେ ଚାଲିଥିବା ପଞ୍ଚାୟତ ଗେଟ, ଖେଳ ପଡିଆ, ୟୁପି ସ୍କୁଲ କୋଠା, ମେଡିକାଲ ଆଦି ଅଞ୍ଚଳ ବୁଲି ଅପୂର୍ଣ୍ଣାଙ୍ଗ କାର୍ଯ୍ୟର ତଦାରଖ କରିଥିଲେ ।