ଦାରିଙ୍ଗବାଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ, ୧୧୩ ଜଣଙ୍କୁ ଚଷମା ପ୍ରଦାନ ଓ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପରାମର୍ଶ…..

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି l  ଏହି  ଚକ୍ଷୁ ଚିକିତ୍ସା  ଶିବିରରେ ବ୍ଲକର ୪ଟି କ୍ଳଷ୍ଟର ଦାରିଙ୍ଗବାଡି, ଗ୍ରିନବାଡି, ସିର୍କାବର୍ଗ ଓ  ଦନେକବାଡ଼ି ଅଞ୍ଚଳରୁ ପ୍ରାୟ ୪୨ଟି ବିଦ୍ୟାଳୟର ୨୨୨ ଜଣ ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷା କରଯାଇଥିଲା । ଚକ୍ଷୁ ପରୀକ୍ଷା ପରେ ଯେଉଁ ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ଜନିତ ସମସ୍ୟା ଚିହ୍ନଟ ହୋଇଛି ସେମାନଙ୍କୁ ମାଗଣା ଓ ଆବଶ୍ୟକ ଅନୁଯାୟୀ ଅଧିକ ଚିକିତ୍ସା ସୁବିଧା ପ୍ରଦାନ କରାଯିବ । ୨୨୨ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୧୧୩ଜଣ ଛାତ୍ରଛାତ୍ରୀମାନଙ୍କୁ ଚଷମା ପ୍ରଦାନ କରାଯାଇଥିବା ବେଳେ ଜଣଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ବିଶେଷଜ୍ଞ  ପରାମର୍ଶ ଦେଇଥିଲେ l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡାଃ ଅରବିନ୍ଦ ଦାସ ଓ ଚକ୍ଷୁ ବିଜ୍ଞାନୀ  ସୁଶ୍ରୀ ଅର୍ଚ୍ଚନା ସ୍ୱାଇଁ  ଛାତ୍ରଛାତ୍ରୀମାନଙ୍କ  ଚକ୍ଷୁ ପରୀକ୍ଷା କରିଥିଲେ ।   ଗୋଷ୍ଠୀ ସମ୍ବଳ ଶିକ୍ଷକ  ମାନସ ରଞ୍ଜନ ଷଡ଼ଙ୍ଗୀ ପରିଚାଳନା କରିଥିବାବେଳେ ରଶ୍ମିତା ସେନାପତି ସହଯୋଗ କରିଥଲେ ।  ଜ଼ିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଗକ ସମର ରଞ୍ଜନ ବେହେରା ଯୋଗ ଦେଇଥିଲେ l