କନ୍ଧମାଳ ଜିଲ୍ଲା ସ୍ୱାକ୍ ତରଫରୁ କାଲିଗାଡୁ ପର୍ଯ୍ୟଟନ ସ୍ଥଳୀରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କାଲିଗାଡୁ ପର୍ଯ୍ୟଟନ ସ୍ଥଳୀରେ ୟୁଥ ଫର ୱାଟର ପ୍ଲସ ଓ ପ୍ରକୃତିମିତ୍ର ସୌରଭ ରଞ୍ଜନ ପ୍ରଧାନଙ୍କ ସହାୟତାରେ କନ୍ଧମାଳ ଜିଲ୍ଲାର ସ୍ୱାକ୍ ସଂଗଠନ ତରଫରୁ ଶୁକ୍ରବାର ପର୍ଯ୍ୟଟନ ସ୍ଥଳୀରେ ସ୍ଵଚ୍ଛ ଓ ପରିଚ୍ଛନ୍ନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପର୍ଯ୍ୟଟନ ସ୍ଥଳୀରେ ଅନେକ ପ୍ଲାଷ୍ଟିକ ବୋତଲ, ପଲିଥିନ ଜରି, ମଦ ବୋତଲ ଏଣେ ତେଣେ ପଡ଼ିଥିବା ହେତୁ ଅନେକ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଖରାପ ପରିବେଶ ମନେକରି ସ୍ଵାକ୍ ସଂଗଠନ ତରଫରୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ସଦସ୍ୟ ସଦସ୍ୟା । ଏହି ପରି କନ୍ଧମାଳ ଜିଲ୍ଲାର ପ୍ରତି ବ୍ଲକରେ ଅନେକ ସୁନ୍ଦର ସୁନ୍ଦର ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ରହିଛି ଯେଉଁଠାରେ ଏହିପରି ପଲିଥିନ ଜରି, ପ୍ଲାଷ୍ଟିକ ବୋତଲ ଓ ମଦ ବୋତଲ ପଡ଼ିଥିବାରୁ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏବଂ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟବହାର ଫଳରେ ପରିବେଶ ଖରାପ ହେବା ସହିତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ଜଳପ୍ରପାତ ଓ ବଣଭୋଜି ସ୍ଥାନ ଗୁଡ଼ିକ ଅଞ୍ଚଳବାସୀଙ୍କ ଦ୍ଵାରା କିପରି ପରିମଳ ପରିଚ୍ଛନ୍ନତା ହୋଇପାରିବ ସେଥି ପାଇଁ ସମାଜ ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ମାନସିକତାରେ ପରିବର୍ତ୍ତନ ଆଣିବା ସହିତ ଡଷ୍ଟବିନ ବ୍ୟବହାର କରିବା ପାଇଁ ବାର୍ତ୍ତା ଦେବା ନିମନ୍ତେ ଏହି ପରି କାର୍ଯ୍ୟକ୍ରମ କାଲିଗାଡୁ ପର୍ଯ୍ୟଟନ ସ୍ଥଳୀରେ ଆରମ୍ଭ କରାଯାଇଛି । ଏହି ପରି କାର୍ଯ୍ୟକ୍ରମ ସବୁ ପର୍ଯ୍ୟଟନ ସ୍ଥଳୀରେ କରାଯିବ ବୋଲି ସ୍ୱାକ ସଂଗଠନର ସମ୍ପାଦକ ହୃଷିକେଶ ପ୍ରଧାନ କହିଛନ୍ତି । ବର୍ତ୍ତମାନ ଏହି ସ୍ଥାନକୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ବେଳେ ଏଠିକାର ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ କିପରି ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରର ପର୍ଯ୍ୟଟକ ଆସିବେ l ସେଥି ପାଇଁ ସ୍ଵଚ୍ଛତାକୁ ପ୍ରାଥମିକତା ଦିଆଯାଇଥିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସ୍ୱାକର ସଭାପତି ଅମନ ଚନ୍ଦ୍ର ନାୟକ ମତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକର ସମାଜସେବୀ ସସ୍ମିତା ମଲ୍ଲିକ, ସାମନ୍ତ ଚନ୍ଦ୍ରଶେଖର ନାୟକ, ସଞ୍ଜୀବ ଦିଗାଲ, କୁଞ୍ଜବନ କହଁର, ରଶ୍ମିତା ମଲ୍ଲିକ, ଡି. ସବନମ, ସମ୍ବାଦ ପ୍ରତିନିଧି ସମିର କୁମାର ପାଢ଼ୀ, ସମ୍ବାଦିକ ଗଗନ କୁମାର ପ୍ରଧାନ ଓ ଅନ୍ୟମାନେ ସାମିଲ ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଝରଣା ପ୍ରଧାନ, ଗ୍ରେସିଙ୍ଗିଆ ସରପଞ୍ଚ ତଥା ସଂଗଠନ ସଦସ୍ୟା ତ୍ରୀଶିଳା ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ ।