ଦାରିଙ୍ଗବାଡି(ଆଶୋକ ସିଂ): ପୁଅ ହେଉ ଅବା ଝିଅ ହେଉ ଭିନ୍ନକ୍ଷମ ପିଲାଟିଏ ଜନ୍ମ ଗ୍ରହଣ କଲେ ବାପା ମାଙ୍କ ମନରେ କଷ୍ଟ ଅନୁଭବ କରିଥାନ୍ତି । ହେଲେ ଗୋଟିଏ ଅଙ୍ଗ ଖରାପ ଥାଇ ମଧ୍ୟ କିଛି ଭଲ କାମ କରି ଦେଖା ଏ ତେବେ ବାପା ମାଙ୍କର ଯେ ଏତେ ଖୁସି କହିଲେ ନ ସରେ । ଏଣୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲୁକାଇତ ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ମଧ୍ୟମ ରେ ସେମାନଙ୍କ ଯତ୍ନ ନେଉଛନ୍ତି ଶିକ୍ଷିତ ହେବାର ସୁଯୋଗ ସୃଷ୍ଟି କରିଛନ୍ତି l ଏଣୁ ପିଲାମାନେ ଗର୍ବରେ କହୁଛନ୍ତି ଆମେ ପଢ଼ିବୁ ଆଗକୁ ବଢିବୁ । ଆଜି ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ରାପଡ଼ାବାଡ଼ି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଛି l ପିଲାଙ୍କ ମଧ୍ୟରେ ବିଭିନ୍ନ ଖେଳ କୁଦ, ସଙ୍ଗୀତ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଅଛି । ଏହି ଦିବସ ପାଳନର ମାହାତ୍ମ୍ୟକୁ ଲୋକ ଲୋଚନକୁ ଆଣିବା ପାଇଁ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସହ ନଗର ପରକ୍ରମା କରିଥିଲେ l ପରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ଥିଲା । ଉକ୍ତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ବିତରଣ ସଭାର ଆୟୋଜନ କରାଯାଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଚନ୍ଦ୍ରିକା ମଲ୍ଲିକ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ୱାଇଁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ନାୟକ, ବନମାଳୀ ମାଝୀ, ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଚାରୁ ଶିଳା ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ବ୍ଲକ ଅଞ୍ଚଳରୁ ପ୍ରାୟ ୧୬୩ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଯୋଗ ଦେଇଥିଲେ । ପିଲାମାନଙ୍କ ଲୁକ୍କାଇତ ପ୍ରତିଭାକୁ ଦେଖି ସମସ୍ତେ ଖୁସି ଅନୁଭବ କରିବା ସହ ଏହି କାର୍ଯ୍ୟକ୍ରମ ପରିଚାଳନା ପାଇଁ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ ସହ ରଶ୍ମିତା ସେନାପତି ଓ ସିଆର୍ ସି ସି ମାନେ ସହଯୋଗ କରିଥିଲେ । ସେହିପରି ସାହାରା ଫିଜିଓଥେରାପି କେନ୍ଦ୍ରରେ ମଧ୍ୟ ଆର୍ନ୍ତଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ସୁରେଶ ଚନ୍ଦ୍ର ସାହୁ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁଧିର କୁମାର ସାହୁ ଯୋଗ ଦେଇ ଉପସ୍ଥିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ମନୋବଳକୁ ସୁଦୃଢ଼ କରି ଆଗକୁ ବଢ଼ିବାକୁ ଉତ୍ସାହିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ରଶ୍ମିତା ନାୟକ ବିଶ୍ୱଜିତ୍ ବିଶ୍ଵାଳ, ଗଣେଷ ମୁଳି, ସିମନ୍ ନାୟକ ପ୍ରମୁଖ ସହଯୋଗ କରିଥିଲେ ।