ରା ଉଦୟଗିରି(ଆକାଶ ଦାସ): ଗଜପତିଜିଲ୍ଲା ରା.ଉଦୟଗିରି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମ କରି ନବମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଏନସିସିରେ ଯୋଗଦେବାଲାଗି ଚୟନ ପ୍ରକ୍ରିୟା ହୋଇଥିଲା । କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏନସିସି ଅଫିସର ସାଇ ପ୍ରସାଦ ପାତ୍ର ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୋର୍ତ୍ତୀ ଲକ୍ଷ୍ମୀ ତାୟାରୁ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ଏନସିସିର ଆବଶ୍ୟକର ସମସ୍ତ ଦକ୍ଷତାକୁ ଦୃଷ୍ଟିରେ ରଖି ୧୨ ଜଣ ଛାତ୍ର ଓ ୧୩ ଜଣ ଛାତ୍ରୀଙ୍କୁ ଚୟନ କରାଯାଇଥିଲା । ଏନସିସି ଅଫିସର ଶ୍ରୀ ପାତ୍ର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣ ପ୍ରଣାଳୀ, ପଥ ସଞ୍ଚଳନ, ସମାଜ ସେବା, ଏଡଭେଞ୍ଚର କ୍ୟାମ୍ପରେ କ୍ୟାଡର ଭାବେ ଯୋଗ ଦେବା ଉପରେ ସଚେତନତା କରିଥିଲେ । ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ତାୟାରୁ ଏନସିସି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶୃଙ୍ଖଳା, ନୀତି ଓ ନିଷ୍ଠା ଦେଶ ସେବାର ମୂଲ୍ୟବୋଧ ଗଢିବା ପାଇ ଏକ ଉତ୍କୃଷ୍ଟ ମାଧ୍ୟବ ବୋଲି କହିଥିଲେ । ବିଦ୍ୟାଳୟରେ ପ୍ରଥମକରି ଆରମ୍ଭ ହୋଇଥିବା ନ୍ୟାସନଲ କାଡେଟ କର୍ପୋସ (ଏନସିସି)କେନ୍ଦ୍ର ଦ୍ବାରା ଛାତ୍ରଛାତ୍ରୀମାନଙ୍କ ଶାରୀରିକ, ମାନସିକ ଉନ୍ନତ ଏବଂ ଜାତିପ୍ରମ ଭାବନାକୁ ପ୍ରବଳ କରିବା ମଧ୍ୟମ ବୋଲି କହିଥିଲେ । ପ୍ରଥମ ଥର କରି ଏନସିସି କାଡେଟ ହୋଇ ଭର୍ତ୍ତି ହୋଇଥିବା ୨୫ ଜଣ ଛାତ୍ରଛାତ୍ରୀ “ଏକତା ଏବଂ ଶୃଙ୍ଖଳା ଆମର ପରିଚୟ” ନାରାଦେଇ କାର୍ଯ୍ୟକମରେ ଉପସ୍ଥିତ ସମସ୍ତଙ୍କୁ ଉତ୍ସାହିତ କରିଥି୍ଲେ । କାର୍ଯ୍ୟକ୍ରମରେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟତ୍ରୀ, ଏନସିସି ଦ୍ବାରା ନବଯୁବପିଢି ଆଗାମୀ ଦିନରେ ବିଦ୍ୟାଳୟର ଗୌରବ ବଢାଇବେ ବୋଲି ଆଶା ରଖିଥିବା କହିଥିଲେ ।