ବଡକଳାକୋଟ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ବଡକାଳାକୋଟରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି । ଆଜି ସକାଳେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁମ୍ମା ରାଧା କୃଷ୍ଣ ମନ୍ଦିରରୁ ଶୋଭାଯାତ୍ରାରେ ମଶାଲ ଅଣାଯାଇଥିଲା । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମାଉଡି ସଭାପତିତ୍ୱ କରିଥିବାବେଳେ ସରପଞ୍ଚ ମୋଷେକ ଗମାଙ୍ଗ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଏହି କ୍ରୀଡା ଦୁଇଦିନ ଧରି ଚାଲିବାକୁ ଥିବାବେଳେ ପ୍ରଥମ ଦିନରେ କନିଷ୍ଠ ଓ ବରିଷ୍ଠ ବର୍ଗର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କ୍ରୀଡା ଶିକ୍ଷକ ପି.ଫାଲଗୁନା ରାଓ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।