ଫୁଲବାଣୀ ଧର୍ମାଞ୍ଚଳ ପକ୍ଷରୁ ପ୍ରାକ ବଡ଼ଦିନ-2025 ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ସ୍ଥିତ ଗୁଡରି ପଡ଼ି ମିଶନ କମ୍ପାଉଣ୍ଡ ଠାରେ ଫୁଲବାଣୀ ଧର୍ମାଞ୍ଚଳ ପକ୍ଷରୁ ପ୍ରାକ ବଡ଼ଦିନ-2025 ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ଏରିଆସୁପରିଟେଣ୍ଡେଣ୍ଟ ଆଚାର୍ଯ୍ୟ ଆଲୋକ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଫୁଲବାଣୀ ଧର୍ମାଅଞ୍ଚର ଧର୍ମାଧକ୍ଷା ଆଚାର୍ଯ୍ୟ ଭାଓଲେଟ ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ବାଇବଲ ଧର୍ମଶାସ୍ତ୍ରରୁ ଯୀଶୁଙ୍କ  ଜନ୍ମ ସମ୍ପର୍କରେ ଉପସ୍ଥିତ ଖ୍ରୀଷ୍ଟିୟ ଶ୍ରଦ୍ଧାଳୁଙ୍କୁ ପ୍ରଚାର କରିଥିଲେ l ଏହା ସହ ଘୁ.ଉଦୟଗିରି ପାଷ୍ଟରେଟର ସମ୍ପାଦକ ପବିତ୍ର ନାୟକ ଉପସ୍ଥିତ ଅତିଥିଙ୍କୁ ସ୍ୱାଗତ କରିବା ସହ ସ୍ୱାଗତ ବାର୍ତ୍ତା ରଖି ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଘୁ.ଉଦୟଗିରି ପାଷ୍ଟରେଟର କୋଷାଦକ୍ଷ ଭୀମସେନ ନାୟକଙ୍କ ସମେତ ବିଭିନ୍ନ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀ, କର୍ମକର୍ତ୍ତା ଯୋଗ ଦେଇ ଥିଲେ l ଫୁଲବାଣୀ ଧର୍ମଆଞ୍ଚର ବିଶୋପ ମହାଚାର୍ଯ୍ୟା ଭାଓଲେଟ ନାୟକ ଖ୍ରୀଷ୍ଟମାସ କେକ କାଟିବା ସହ କୁନି କୁନି ପିଲାଙ୍କୁ ଖୁଆଇ ଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରାକ ବଡ଼ଦିନ ଉପଲକ୍ଷେ ଆୟୋଜିତ ଭକ୍ତିମୁଳକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ମଣ୍ଡଳୀର ଯୁବାଯୁବତୀ ଖ୍ରୀଷ୍ଟିୟ ଭକ୍ତିମୁଳକ ସଂଗୀତରେ ନୃତ୍ୟ ପରିବେଷଣ କରିଥିଲେ l ଶେଷରେ ଖ୍ରୀଷ୍ଟିୟ ଭକ୍ତିମୁଳକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ କଳିଙ୍ଗିଆ ମଣ୍ଡଳୀର ସମ୍ପାଦକ ନିବେଦିତା ପ୍ରଧାନ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରି ଥିଲେ l