ରା.ଉଦୟଗିରି(ଆକାଶ ଦାସ): ସ୍ଥାନୀୟ ମହେନ୍ଦ୍ର ତନୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜୁନିଅର ରେଡକ୍ରସ ତରଫରୁ ଅଧକ୍ଷା ଭାରତୀ ମିଶ୍ରଙ୍କ ଅଧକ୍ଷତାରେ ଏକ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି l ଏହି ଦିବସରେ ଯୁବଗୋଷ୍ଠୀଙ୍କୁ ଏଡ଼ସ ରୋଗ କିପରି ବ୍ୟାପେ ଏବଂ ଏହାର କାରଣ ଏବଂ ନିରାକରଣ ବିଷୟରେ ସଚେତନ କରାଯାଇଥିଲା । ଯୁବଗୋଷ୍ଠୀ କିପରି ଯୌନ ରୋଗରୁ ଦୂରେଇ ରହିବେ ସେ ବିଷୟରେ ବୁଝାଇଥିଲେ l କଣ୍ଡୋମ ବ୍ୟବହାର କରିବା, ବିଶୋଧିତ ଛୁଞ୍ଚି, ବିଶୋଧିତ ରକ୍ତ ଏବଂ ଗର୍ଭବତୀ ମହିଳାଙ୍କ ଠାରୁ ଶିଶୁଙ୍କୁ କିପରି ବ୍ୟାପିଥାଏ ସେହି ବିଷୟରେ ଅବଗତ କରାଇଥିଲେ l ଯୁବଗୋଷ୍ଠୀର ସଚେତନ ହିଁ ରୋଗର ନିରାକରଣ ବୋଲି କୁହାଯାଇଥିଲା । ସମାଜର ଲୋକଙ୍କୁ ସଚେତନ କରିବାପାଇଁ ଏହି ଦିବସରେ ମହେନ୍ଦ୍ର ତନୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜୁନିଅର ରେଡକ୍ରସ କାଉନସିଲର ନୀଳାଞ୍ଚଳ ପାଣିଗ୍ରାହୀ ଏବଂ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼କ୍ଟର ସୌଜନ୍ୟ ସ୍ୱାଇଁ, ସୁପରଭାଇଜର ରାମକୃଷ୍ଣ ସାଉକାର, ଶିକ୍ଷା ଅଧ୍ୟାପିକା କୃତାଞ୍ଜଳି ରହିତ, ରାଜନୀତି ଅଧ୍ୟାପିକା ସୋନାଲି ଦେବୀଙ୍କ ସହ ଅଧ୍ୟକ୍ଷା ଭାରତୀ ମିଶ୍ର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ l