ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବିଦ୍ୟାବିହାର ପରିସରରେ ବିଶ୍ବ ଏଡସ ଦିବସ ଅବସରରେ ଯୁବ ରେଡକ୍ରସ ୟୁନିଟ ତଥା ରେଡ୍ ରିବନ କ୍ଳବ ତରଫରୁ ଏକ ସଚେତନତା ସଭା ଏବଂ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀ । ପ୍ରଶାସନିକ ଅଧିକ୍ଷକ ତ୍ରିନାଥ ବେହେରା, ଏନ୍.ଏସ୍.ଏସ୍ ଅଧିକାରୀ ଭବାନୀ ଶଙ୍କର ରା, ଯୁବ ରେଡକ୍ରସ୍ ମହିଳା କାଉନସିଲର ସ୍ବରୂପା ରାଣୀ ବିଶ୍ବାଳଙ୍କ ସମେତ ଯୁବ ରେଡକ୍ରସ କାଉନସେଲର ସୁଶାନ୍ତ କୁମାର ଲେଙ୍କା, ସୌମେନ୍ଦୁ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ଏଡସ ରୋଗ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ପରେ ଯୁବରେଡକ୍ରସ୍ ସ୍ବେଚ୍ଛାସେବୀଙ୍କ ସମେତ ଏନ୍.ଏସ୍.ଏସ୍ ଓ ସ୍କାଉଟ ସ୍ବେଚ୍ଛାସେବୀଙ୍କ ସହଯୋଗରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଜନ ସଚେତନତା ରାଲି ବିଦ୍ୟାଳୟ ପରିସରରୁ ବାହାରି ଏଡସ ରୋଗ ସମ୍ବନ୍ଧୀୟ ନାନା ସଚେତନତା ସ୍ଳୋଗନ ପ୍ରଦାନ ସହ ପ୍ଳାକାର୍ଡ ପ୍ରଦର୍ଶନ ପୂର୍ବକ ନିକଟସ୍ଥ ପର୍ଶୁଲୁଣ୍ଡା ଗ୍ରାମ ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଦୀପ ଦିଗାଲ, ଜଗତ ରଞ୍ଜନ ବିଶ୍ବାଳ, ପି.ଦିପକ ରାଓ, ମନୋଜ କଅଁର, ଅର୍କଧ୍ବଜ ପଣ୍ଡା, ବିକ୍ରମ କେଶରୀ ରାଉତ ଅଧ୍ୟାପିକା ଜୟଶ୍ରୀ ସେଠୀ, ସୁନିତା ଦଳବେହେରା, କିରଣ କଅଁର, ଭାରତୀ ବିଶ୍ବାଳ, ଅଣ ଶୈକ୍ଷିକ କର୍ମଚାରୀ ପଦ୍ମ ଚରଣ ନାୟକ, ବଳରାମ ଗୌଡ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସ୍ବରୂପା ରାଣୀ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।