ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦରମହକୁମା ସ୍ଥିତ ପିଏମଶ୍ରୀ ହାଇସ୍କୁଲ ଠାରେ ଦୁଇ ଦିନ ଧରି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ତଥା ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ମେଳାରେ ପ୍ରଥମ ଦିନରେ ବ୍ଲକର ପ୍ରାଥମିକ ବିଦ୍ୟାଳୟ ଠାରୁ ଉଛ ବିଦ୍ୟାଳୟ ଯାଏ ୧୦୮ ଗୋଟି ବିଦ୍ୟାଳୟ ଅଂଶ ଗ୍ରହଣ କରି ପ୍ରାୟ ୧୩୬ ଟି ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପ ପ୍ରଦର୍ଶନୀ ହୋଇ ଥିବା ବେଳେ ଦ୍ଵିତୀୟ ଦିନରେ ୨୧ ଗୋଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିବେଶ ସମ୍ବନ୍ଧୀୟ ୩୩ ଗୋଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ । ପିଲାମାନଙ୍କ ଅନ୍ତର୍ନିହିତ ଶକ୍ତି ଗୁଡ଼ିକ ବାହାର କରି ବିଜ୍ଞାନ ଦିଗରେ ଦକ୍ଷତା ବୃଦ୍ଧି କରିବା ହେଉଛି ଏହି ମେଳାର ମୂଖ୍ୟ ଉଦ୍ୟେଶ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଟି.କିଶୋର କୁମାର ପ୍ରକାଶ କରି ଥିଲେ । ଏଥିରେ କୁନି କୁନି ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିଥିବା ବେଳେ ରାୟଗଡ ଆଦର୍ଶ ବିଦ୍ୟାଳୟ ଓ ଏସ ଏସ ଡି ବିଦ୍ୟାଳୟର ଯୁକ୍ତଦୁଇର ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଛଅ ଜଣ ଶିକ୍ଷକ ବିଚାରକ ଭାବେ ଯୋଗ ଦେଇ ଥିଲେ । ପ୍ରଥମ ଦିନରେ ଭାଗ ନେଇ ଥିବା ସମସ୍ତ ପ୍ରକଳ୍ପ ଗୁଡିକ ମଧ୍ୟରୁ ତିନୋଟି ପ୍ରକଳ୍ପ ଓ ଦ୍ଵିତୀୟ ଦିନରେ ମଧ୍ୟ ପରିବେଶ ସମ୍ବନ୍ଧୀୟ ତିନୋଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ମେଳା ପାଇଁ ମନୋନୀତ ହୋଇଥିଲେ । ମନାନୀତ ହୋଇଥିବା ପ୍ରକଳ୍ପ ଗୁଡିକର ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା l ରାୟଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଟି. କିଶୋର କୁମାରଙ୍କ ସଭାପତିତ୍ବରେ ଆୟୋଜିତ ହେଇଥିବା ପୁରଷ୍କାର ବିତରଣ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭବେ ରାୟଗଡ ଅଧ୍ୟକ୍ଷା ପୂର୍ଣ୍ଣବାସି ନାୟକ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଗୌତମୀ ଜାନି, ପି.ଏମ୍.ଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ବେହେରା ଓ ବିଚାରକମାନେ ଓ ସମସ୍ତ ସିଆରସିସି ମାନେ ଉପସ୍ଥିତ ଥିଲେ । ପୃଥିବୀର ପ୍ରାୟ ପଚାଶ ଜଣ ବୈଜ୍ଞାନିକ ମାନଙ୍କ ଫୋଟ କୁ ମେଳାରେ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ସମସ୍ତ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ନୀଳକଣ୍ଠ ରଇତ ମଞ୍ଚ ପରିଚାଳନା କରିଥିବାବେଳେ ସିଆରସିସି ଲକ୍ଷ୍ମଣ ରାଓ ଧନ୍ୟବାଦ ଅର୍ପଣ କରିଥିଲେ l