ମହେନ୍ଦ୍ରତନୟା ମହାବିଦ୍ୟାଳୟରେ “ଶୂନ ମୃତାହତ ଦିବସ” ପାଳିତ….

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅଧିନସ୍ଥ ମହେନ୍ଦ୍ର ତନୟା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ପରିସରରେ ଅଧକ୍ଷା ଭାରତୀ ମିଶ୍ରଙ୍କ ଅଧ୍ୟକ୍ଷତାରେ”ଶୂନ ମୃତାହତ ଦିବସ”ଜନ ଶିକ୍ଷା ସଂସ୍ଥାନ ଗଜପତି ତରଫରୁ ଅନୁଷ୍ଠିତ ହୋଇଯାଇଛି l ଏହି ଦିବସରେ ଯୁକ୍ତ ୨ ପ୍ରଥମ ବର୍ଷ ଏବଂ ଦ୍ୱିତୀୟ ବର୍ଷ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷାର ନିୟମ ଓ ପ୍ରତ୍ୟେକଙ୍କ ଜୀବନ କିପରି ମୂଲ୍ୟବାନ ତାହା ବୁଝାଇଥିଲେ l ସଡ଼କ ସୁରକ୍ଷାର ନିୟମ ମାନି କିଭଳି ଯତ୍ନବାନ ହେବା ଏବଂ ସଡ଼କ ସୁରକ୍ଷାର ନିୟମାବଳୀ ଉପରେ ସଚେତନ କରାଇ ମୁଣ୍ଡରେ ହେଲମେଟ ଧାରଣ କରି ଗାଡିର ଇନ୍ସୁରେନ୍ସ ପୂରଣ କରି ସତର୍କତା ସହିତ ଗାଡି ଚଲେଇବା ଉଦ୍ଦେଶ୍ୟରେ ସଚେତନ କରାଇଥିଲେ l ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର କୌଶଳ ମାଧ୍ୟମର ପ୍ରଦର୍ଶନ କରି କିପରି ଦକ୍ଷତା ହାସଲ କରିପାରିବେ ଏବଂ ଅର୍ଥ ରୋଜଗାରର ଉପାୟ ଅବଲମ୍ବନ କରି ଆତ୍ମନିର୍ଭରଶୀଳ ହୋଇ ବଞ୍ଚିପାରିବେ ତାହାରି ଉପରେ ସୁଚାରୁରୂପେ ବୁଝାଯାଇଥିଲା l ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର ରବୀନ୍ଦ୍ର କୁମାର ପଣ୍ଡା, ରିସର୍ଚ୍ଚ ପରସନ ରଜତ ଆପଟ, ଆକାଉଣ୍ଟେଣ୍ଡଟ B ଆନନ୍ଦ, ଅଧ୍ୟାପିକା ସୋନାଲି ଦେବୀ, ରାଜନୀତି ଅଧ୍ୟାପିକା କୃତାଞ୍ଜଳି ରଇତ ଓ ଅଧ୍ୟକ୍ଷା ଭାରତୀ ମିଶ୍ର ଉପସ୍ଥିତ ରହି ଏହି ପ୍ରୋଗ୍ରାମଟିକୁ ସଫଳ କରିଥିଲେ l