ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ କଳିଙ୍ଗ ମହାବିଦ୍ୟାଳୟ ଏବଂ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ସ୍ଥିତ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶିବରାମ ସାହୁଙ୍କ ଅଧ୍ୟକ୍ଷତାରେ ଏବଂ  କଳିଙ୍ଗ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧକ୍ଷା ସୁପ୍ରିୟା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅଧୟନ କରୁଥିବା ଛାତ୍ର/ଛାତ୍ରୀଙ୍କ ମଧ୍ୟରେ ଆଜି ଆତ୍ମାଶକ୍ତି ଟ୍ରଷ୍ଟ, ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ,ଏବଂ ମହିଳା ଜୀବିକା ସୁରକ୍ଷା ମଞ୍ଚ, ଓ ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ ମିଳିତ ସହଯୋଗରେ ଆସନ୍ତା  ୨୦୪୭ ବିକଶିତ ଭାରତର ଚାରୋଟି ସ୍ତମ୍ଭ ଯଥା, ଯୁବ ଗୋଷ୍ଠୀ, ନାରୀ, କୃଷକ ଓ ଗରିବ ଆଧାରିତକୁ ନେଇ ଏକ ଚିତ୍ରଙ୍କନ ମାଧ୍ୟମରେ ଉପସ୍ଥାପନା ସହିତ ଆଞ୍ଚଳିକ କୃଷି, ଜଙ୍ଗଲଜାତ ଦ୍ରବ୍ୟ, ଗ୍ରାମୀଣ କଳା, ସଂସ୍କୃତିକୁ ଓ ଗ୍ରାମୀଣ ଉଦ୍ୟୋଗ ସ୍ଥାପନକୁ ନେଇ ଏକ ପ୍ରବନ୍ଧ ଲିଖିନ ପ୍ରତିଯୋଗିତାଅନୁଷ୍ଠିତ ହୋଇଛି l
<span;>ଏହି ପ୍ରତିଯୋଗିତା ଉଭୟ କଲେଜର  ମୋଟ ୮୮ ଜଣ ଚିତ୍ରାଙ୍କନ ୩୧ ଏବଂ ପ୍ରବନ୍ଧ ଲିଖନରେ ୫୭ ଛାତ୍ରଛାତ୍ରୀ ଭାଗ ନେଇ ନିଜ ନିଜ ଅଞ୍ଚଳ ପାଇଁ ଦେଖୁଥିବା ସ୍ବପ୍ନକୁ ଏହି ପ୍ରତିଯୋଗିତା ମାଧ୍ୟମରେ ପରିପ୍ରକାଶ କରିବାର ସୁଯୋଗ ପାଇଥିଲେ ଏବଂ ଏହାକୁ ନେଇ ରାଜ୍ୟ ସ୍ତରରେ ଉପସ୍ଥାପନା କରି ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସ୍ତରରେ ପୁରସ୍କୃତ କରିବାର ଆଗାମୀ କାର୍ଯ୍ୟକ୍ରମ ରହିଥିବା ଜଣାପଢ଼ିଛି l ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ମାନ ପତ୍ର ଉଭୟ କଲେଜର ଅଧ୍ୟକ୍ଷ ପ୍ରଦାନ କରି ଉତ୍ସାହ ସୃଷ୍ଟି କରିଥିଲେ l ଏଭଳି ଏକ ସୁନ୍ଦର ପ୍ରତିଯୋଗିତାରେ ସହଯୋଗ କରିଥିଲେ କଳିଙ୍ଗ ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ଅଧ୍ୟାପକ ନିରଞ୍ଜନ ମହାରଣା, ଇଂରାଜୀ ଅଧ୍ୟାପକ ସୌରବ ସୁନ୍ଦର ପଦାନ, ଅର୍ଥଶାସ୍ତ୍ର ଅଧ୍ୟାପିକା ଅନୁପମା ମିଞ୍ଜ, ଗଣିତ ଅଧ୍ୟାପିକା ସୁଚିତ୍ରା ଗୌଡ଼, ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରିୟଶୁ ନାୟକ, ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ୟାସ୍ମିନି ପ୍ରଧାନ, ସେହିପରି ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟର ଇତିହାସ ଅଧ୍ୟାପିକା ମିନତୀ କୁମାରୀ ଦାସ, ରାଜନୀତି ବିଜ୍ଞାନ ଅଧ୍ୟାପିକା ସୁଧାରଣୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ  ସଂଗଠନର କର୍ମୀ ସସ୍ମିତା ମଳିକ ପରିଚାଳନା କରିଥିବା ବେଳେ ସ୍ଵେଛା ସେବୀ ହୃଷିକେଶ ପ୍ରଧାନ, ଆମନ କୁମାର ନାୟକ, ସାମନ୍ତଶେଖର ନାୟକ ଯୋଗ ଦେଇ ଥିଲେ l କାର୍ଯ୍ୟକ୍ରମକୁ ଚିତ୍ତରଞ୍ଜନ ପ୍ରଧାନ ପରିଚାଳନା କରିଥିବା ବେଳେ ସଂଗଠନର କର୍ମୀ ସଞ୍ଜୟ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ l