ଦାରିଙ୍ଗବାଡି(ଆଶୋକ ସିଂ): ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ରୁପା ମିଶ୍ର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକକୁ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ତଥା ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନ କରିଛନ୍ତି l ଦାରିଙ୍ଗବାଡି ଯିବା ବାଟରେ ଦାସିଙ୍ଗବାଡି ପଞ୍ଚାୟତ ଟେକାଙ୍ଗିଆ ଗ୍ରାମର ମକାଚାଷୀଙ୍କୁ ଦେଖା କରି ଆଲୋଚନା କରିଥିଲେ l ପରେ ସେ କଫି ବଗିଚା, ଇକୋ ରିଟ୍ରିଟ ପରିଦର୍ଶନ କରିଥିଲେ । ଏହାସହ ଶ୍ରାନିକେତା ପଞ୍ଚାୟତ ସୁଲୁମାହା ଗ୍ରାମରେ ପହଞ୍ଚି ସେଠାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ସମୟରେ ଶାମୁକା ଏସଏଚଜି ସମେତ ଦିପ୍ତିମତି ଏସଏଚଜି, ଗୁରୁଶୀକ୍ଷା, କଲ୍ୟାଣୀ, ଗ୍ରେସ, ଜୀବନଜ୍ୟୋତି ଏବଂ ଆଶାସର ଏସଏଚଜି ମହିଳାମାନଙ୍କ ସହ ତାଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଯୁଗ୍ମ ସଚିବଙ୍କ ଗସ୍ତ ସମୟରେ କନ୍ଧମାଳ ଜିଲାପାଳ ବେଦ ଭୂଷଣ, ଜିଲା ମୁଖ୍ୟ କୃଷି ଅଧିକାରୀ ଚିତ୍ତରଞ୍ଜନ ସତପଥୀ, ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରୋଜ ପାତ୍ର ଏବଂ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ ।