ସ୍କାଉଟ ଓ ଗାଇଡ ସ୍ବେଚ୍ଛାସେବୀମାନଙ୍କ ଦୀକ୍ଷା ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ……

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିଦ୍ୟାବିହାର ପରିସରରେ ଭାରତ ସ୍କାଉଟ ଓ ଗାଇଡ ସ୍ବେଚ୍ଛାସେବୀଙ୍କ ଦୀକ୍ଷା ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀ ଉଦଘାଟନ କରିବା ସହ ଉପସ୍ଥିତ ନୂତନ ସ୍ବେଚ୍ଛାସେବୀଙ୍କୁ ସ୍କାର୍ଫ ଓ ସ୍କାଉଟ କ୍ୟାପ ପିନ୍ଧାଇ ସେବା କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବାକୁ ଉଦବୋଧନ ଦେଇଥିଲେ l ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ର ଶୁଭ୍ରକାନ୍ତ ଗୁରୁ ଧ୍ବଜା ଉତ୍ତୋଳନ କରିଥିଲେ ଓ ବରିଷ୍ଠ ସ୍ବେଚ୍ଛାସେବୀ ଅମିତ କୁମାର ସ୍ବାଇଁ, ଛାତ୍ରୀ ବିଜିଲି ବାରିକ ନୂତନ ସ୍ବେଚ୍ଛାସେବୀଙ୍କୁ ଶପଥ ପାଠ କରାଇଥିଲେ l ପରେ ସ୍କାଉଟ ସଂଗୀତ ଗାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ରୋଭର ଲିଡର ପି.ଦିପକ ରାଓ ଏବଂ ରେଞ୍ଜର ଲିଡର ଜୟଶ୍ରୀ ସେଠୀ ଉପସ୍ଥିତ ରହି ପରିଚାଳନା କରିଥିଲେ  l ଅନ୍ୟମାନଙ୍କ ମଧ୍ୟରେ ଯୁବ ରେଡକ୍ରସର ସଂଯୋଜକ ସୁଶାନ୍ତ କୁମାର ଲେଙ୍କା, ପ୍ରଶାସନିକ ଅଧିକ୍ଷକ ତ୍ରିନାଥ ବେହେରା, ଅଧ୍ୟାପକ ଗାଙ୍ଗୁଲି ପାଲଟା ସିଂ, ଜଗତ ରଞ୍ଜନ ବିଶ୍ବାଳ, ଆଶୁତୋଷ ପ୍ରଧାନ, ମନୋଜ କଅଁର, ଅଧ୍ୟାପିକା କିରଣ କଅଁର, ଭାରତୀ ବିଶ୍ବାଳ ଓ ଗାର୍ଡେନର ରମେଶ ଚନ୍ଦ୍ର ବିଷୋୟୀ, ବଳରାମ ଗୌଡ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l