ଗଡମା ପାଷ୍ଟୋରେଟ ପକ୍ଷରୁ ୫୫ ତମ ସିଏନଆଇ ଦିବସ ପାଳିତ…..

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଗଡମା ପାଷ୍ଟରେଟର ଗୋବରକୁଟି ମଣ୍ଡଳୀ ଠାରେ ୫୫ ତମ ସିଏନଆଇ ଦିବସ ପାଳନ କରାଯାଇଛି । କଟକ ଡ଼ାୟୋସିସ ଉତ୍ତର ଭାରତ ମଣ୍ଡଳୀ ଗଜପତି ପାଷ୍ଟରେଟ ୟୁନିୟନର ଗଡମା ପାଷ୍ଟରେଟ ପକ୍ଷରୁ ଗୋବର କୁଟି ମଣ୍ଡଳୀ ଠାରେ ୫୫ ତମ ସିଏନଆଇ ଦିବସ ଧୁମ୍ ଧାମରେ ପାଳନ କରଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ତତ୍ତ୍ୱାବଧାରକ ଆଚାର୍ଯ୍ୟ ଇଶାକ ମଣ୍ଡଳ ମୁଖ୍ୟ ବକ୍ତା ଭାବେ ପାଳକ ଆଚାର୍ଯ୍ୟ କୁନୁ ଆନନ୍ଦ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ୟୁନିୟନର ସମ୍ପାଦକ ରମାକାନ୍ତ ମାଝୀ, କୋଷାଧ୍ୟକ୍ଷ ଯୋହନ ମଣ୍ଡଳ, ସହ ପାଳକ ଡାକାସା ସୁନ୍ଦୁରା ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଗୋବରକୁଟି ଛକ ଠାରୁ ମଣ୍ଡଳୀ ବାସୀ ଅତିଥିମାନଙ୍କୁ ବାଦ୍ୟ ଯନ୍ତ୍ର ଗୀତନାଚରେ ସ୍ୱାଗତ ସମ୍ବର୍ଦ୍ଧନା କରି ଚର୍ଚ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ l ସେଠାରେ ସିଏନଆଇ ଦିବସ ପାଳନ ଉପଲକ୍ଷେ ମୁଖ୍ୟ ଅତିଥି ଆଚାର୍ଯ୍ୟ ଇସାକ ମଣ୍ଡଳ ପତାକା ଉତ୍ତୋଳନ କରିଥିଲେ l ପରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇ ଥିଲା l ଏଥିରେ ପାଳକ ତଥା ଆଚାର୍ଯ୍ୟ କୁନୁ ଆନନ୍ଦ ବାଇବଲରୁ ଈଶ୍ବରଙ୍କ ବାକ୍ୟ “ଦର୍ଶନ ଏକ ଲୋକ ଅନେକ ” ପ୍ରସଙ୍ଗକୁ ନେଇ ବାକ୍ୟ ପରିବେଷଣ କରିଥିଲେ । ପରେ ସିଏନଆଇ ଦିବସ ପାଳନର କେକ୍ କାଟି ସମସ୍ତେ ଖୁସି ମନାଇ ଥିଲେ ଏବଂ ପରସ୍ପରକୁ ଶୁଭେଛା ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାଷ୍ଟରେଟର ସମ୍ପାଦକ ମୂରଲୀଧର ମଲ୍ଲିକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ମଣ୍ଡଳୀ ବାସୀ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଯୁବକଯୁବତୀମାନେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ସହ ପାଳକ ଡ଼ାକାସା ସୁନ୍ଦୁରା ମାଝୀ, ସୁସମାଚାର ପ୍ରଚାରକ ଯୁନସ ମୁଠା ମାଝୀ, ଡିକନ୍ ପ୍ରଦୀପ ସୁନ୍ଦୁରା ମାଝୀ ଓ ଶରତ ମୁଠା ମାଝୀଙ୍କ ସମେତ ୧୭ଗୋଟି ମଣ୍ଡଳୀର କର୍ମକର୍ତ୍ତା ଓ ବିଶ୍ବାସୀମାନେ ସହଯୋଗ କରିଥିଲେ ।