ବ୍ରାହ୍ମଣୀଗାଁ ଷ୍ଟେଟ୍ ବ୍ୟାଙ୍କ ଶାଖା ପକ୍ଷରୁ ନୋମିନୀଙ୍କୁ ମିଳିଲା ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବିମା ରାଶି ପ୍ରଦାନ…..

ଦାରିଙ୍ଗବାଡି(ଆଶୋକ ସିଂ): ସାଧାରଣ ବର୍ଗର ଲୋକଙ୍କ ପାଇଁ ଅତି କମ ପ୍ରିମିୟମ ଅର୍ଥାତ୍ ବର୍ଷିକ ୪୩୬ ଟଙ୍କାରେ ସରକାରଙ୍କ ପକ୍ଷରୁ ଜୀବନ ଜ୍ୟୋତି ବୀମା ଯୋଜନା ଲାଗୁ କରାଯାଇଛି । ଯାହାକି ମୃତ ବ୍ୟକ୍ତିଙ୍କ ନୋମିନିଙ୍କୁ ୨ଲକ୍ଷ ଟଙ୍କା ତାହା ମିଳିଥାଏ । ଅନେକ ଲୋକ ଏଥି ପ୍ରତି ଗୁରୁତ୍ବ ଦେଉ ନଥିବା ବେଳେ ସରକାରଙ୍କ ଏହି ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ଫାଇଦା ପାଇଥିବା ଦେଖିବାକୁ ମିଳିଛି ।  ପ୍ରକାଶ ଯୋଗ୍ୟ ଯେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଷ୍ଟେଟ ବ୍ୟାଙ୍କ ଶାଖାରେ ଗଜପତି ଜିଲ୍ଲା କଟାମା ପଞ୍ଚାୟତର ବାଲିଗଣ୍ଡା ଗ୍ରାମନିବାସୀ ବବିତା ପାଟ୍ଟମାଝୀ  ଗତ ୨୦୨୫ ମଇ ମାସ ୨୫ ତାରିଖରେ ୪୩୬ ଟଙ୍କାର ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମାରେ ନାମ ପଞ୍ଜିକରଣ କରିଥିଲେ । ହେଲେ ଦୁର୍ଭାଗ୍ୟ ବଶତଃ ବବିତା ସେହି ମାସ ୩୦ ତାରିଖରେ ହିଁ ମୃତୁ ବରଣ କରିଗଲେ । ସ୍ବାମୀ ସଞ୍ଜୟ ଗମାଙ୍ଗ ନୋମୀନି ଭାବେ ରହିଥିଲେ । ଆଜି ବ୍ରାହ୍ମଣୀଗାଁ ଷ୍ଟେଟ୍ ବ୍ୟାଙ୍କଶାଖା ପକ୍ଷରୁ  ସଞ୍ଜୟ ଗମାଙ୍ଗଙ୍କୁ ଉକ୍ତ ବ୍ୟାଙ୍କ ତରଫରୁ   ଶାଖା ପରିଚାଳକ ଅନନ୍ତ ରାଉତ ୨ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଏହି ବୀମା ରାଶି ପାଇ ସଞ୍ଜୟ ଗମାଙ୍ଗ ଖୁସି ବ୍ୟକ୍ତ କରିବା ସହ ବ୍ୟାଙ୍କ କତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।