ଅନୁସନ୍ଧାନ ଭାରତ(ବ୍ୟୁର): ହବାକ୍ ଉଚ୍ଚ ବିଦ୍ୟାଳୟ ଠାରେ 42 ତମ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ 144ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଉଦଘାଟନ କରିଥିଲେ । ଏହି ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ ସ୍ବାଇଁ, ବିଡ଼ିଓ ଶରତ କୁମାର ମଲ୍ଲିକ, ବ୍ଲକ୍ ଶିକ୍ଷା ଅଧିକାରୀ କେଶବ ମଲ୍ଲିକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମିହିର କୁମାର ପ୍ରଧାନ, ଜିଲ୍ଲା ବିଜ୍ଞାନ ଅଧିକାରୀ ସିମାଞ୍ଚଳ ସ୍ବାଇଁ, ହବାକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ ପାଟମାଝୀ, ବିଜୟ କୁମାର ମିଶ୍ର, ଜିତେନ୍ଦ୍ର ସାମଲଙ୍କ ସମତେ ବହୁ ବ୍ୟକ୍ତି ବିଶେଷ ଏଥିରେ ଯୋଗ ଦେଇଥିଲେ । ଏହା ଦୁଇ ଦିନ ଧରି ଚାଲିବ ବୋଲି ଜଣା ପଡ଼ିଅଛି ।