ପିଏମ .ଶ୍ରୀ ବିଦ୍ୟାଳୟରେ ଜେ.ଆର୍.ସି.ର ତାଲିମ୍ ଶିବିର ଅନୁଷ୍ଠିତ……

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ  ପିଏମ ଶ୍ରୀ ସରକାରୀ  ଉଚ୍ଚ  ବିଦ୍ୟାଳୟ କେ.ଏମ ଭାଲିଆସାହି ଠାରେ ରାଜ୍ୟ ତଥା ଜିଲ୍ଲା ଜୁନିଅର ରେଡକ୍ରସ ମିଳିତ ଆନୁକୂଲ୍ୟ ସହ  ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅନୁମୋଦନ କ୍ରମେ  ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଓ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ନେତୃତ୍ୱରେ ରା ଉଦୟଗିରି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପରାମର୍ଶଦାତାମାନଙ୍କୁ ନେଇ ଆଜି ତାଲିମ ପ୍ରଦାନ କରାଯାଇଥିଲା । ଏହି ତାଲିମ ଶିବିରରେ ସମୁଦାୟ ୧୭ ଜଣ ପରାମର୍ଶ ଦାତା ଯୋଗଦାନ କରିଥିଲେ । ରେଡକ୍ରସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ  ସହ ପ୍ରାଥମିକ ଉପଚାର, ପ୍ରାକୃତିକ ବିପର୍ଯୟ, ରକ୍ତଦାନ, ସଡକ ସୁରକ୍ଷା, ବିଦ୍ୟାଳୟ ସୁରକ୍ଷା, ରକ୍ତସ୍ରାବ, ଅସ୍ଥି ଭଙ୍ଗ, ବଜ୍ରପାତ, ସାପକାମୁଡା, CPR ଅଭ୍ୟାସ ଓ ରେଡକ୍ରସର ଲକ୍ଷ୍ୟ ଓ କାର୍ଯ୍ୟ ଆଦି ବିଷୟରେ ପରାମର୍ଶ ଦାତାମାନଙ୍କୁ  ବିଶେଷ ଭାବେ ଶିକ୍ଷାଦାନ ଦିଆଯାଇଥିଲା । ଜିଲ୍ଲା  ଜୁନିଅର ରେଡକ୍ରସ ଅଫିସର ସଂଜୀବ କୁମାର ଦାସ, ଜିଲ୍ଲା ଜୁନିଅର ରେଡକ୍ରସ ସମ୍ବଳ ସାଧନ କର୍ମୀ  ପ୍ରହ୍ଲାଦ ଶିଅଳ, ଜିଲ୍ଲା ଜୁନିଅର ରେଡକ୍ରସ ସମ୍ବଳ ସାଧନ କର୍ମୀ ମୁକ୍ତିକାନ୍ତ ମଲ୍ଲିକ୍ ଯୋଗଦେଇ, ପରାମର୍ଶ ଦାତାମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା  ପ୍ରଦାନ କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସମସ୍ତ ପରାମର୍ଶ ଦାତାମାନେ  ଆଗ୍ରହର ସହିତ ପ୍ରଶିକ୍ଷଣକୁ ଗ୍ରହଣ କରିବା ସହ ବିଭିନ୍ନ ବିଷୟରେ ଜାଣିବାକୁ ପାଇଥିଲେ । ଆଜିର ଶିକ୍ଷା ଥିଲା, ଜେଆରସି କହେ ତିନୋଟି କଥା ” ସ୍ବାସ୍ଥ୍ୟ, ସେବା ଓ ବିଶ୍ବ ବନ୍ଧୁତା” । ପରିଶେଷରେ ପରାମର୍ଶଦାତାମାନେ ଏଭଳି ଏକ ପ୍ରଶିକ୍ଷଣ ପାଇଁ ଖୁସି ହେବା ସହ ବିଦ୍ୟାଳୟର  ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ଶିଅଳ ଓ  ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ଦଳବେହେରାଙ୍କ ସହିତ ସମସ୍ତ  କର୍ମୀ ରାଜ୍ୟ ଓ ଜିଲ୍ଲା ଜୁନିଅର ରେଡକ୍ରସକୁ ଧନ୍ୟବାଦ ଅର୍ପଣ କରିଥିଲେ ।