ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ: ୨୨୧ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକରଣ, ୧୨୧ଚଷମା ପ୍ରଦାନ ଓ ୩ଜଣଙ୍କୁ ରେଫେର….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ୪ଗୋଟି କ୍ଳଷ୍ଟର ବ୍ରାହ୍ମଣୀଗାଁ, ଝିଞ୍ଜିରୀ ଗୁଡା, କୁମ୍ଭାରୀ ଗାଁ ଓ କାଟିଙ୍ଗିଆ କ୍ଳଷ୍ଟରରୁ ପ୍ରାୟ ୪୫ ଗୋଟି ବିଦ୍ୟାଳୟରୁ ୨୨୧ ଜଣ ଛାତ୍ରଛାତ୍ରୀମାନେ ଯୋଗ ଦେଇ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ l ସେଥି ମଧ୍ୟରୁ ୧୨୧ ଜଣଙ୍କୁ ଚଷମା ପ୍ରଦାନ କରାଯାଇ ଥିବା ବେଳେ ୩ ଜଣଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଅଧିକ ଚିକିତ୍ସା କରିବା ପାଇଁ ଡ଼ାକ୍ତର ପରାମର୍ଶ ଦେଇ ଥିବା ଜଣା ପଡ଼ିଛି । ଦୂର ଦୃଷ୍ଟି କିମ୍ବା ସମୀପ ଦୃଷ୍ଟି ଦୋଷ କାରଣରୁ ଛାତ୍ରଛାତ୍ରୀମାନେ ଯେପରି ଶିକ୍ଷା ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଏହି ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ପାଇଁ ଅଭିଭାବକ ତଥା ଶିକ୍ଷକ ମହଲରେ କୃତଜ୍ଞତା ଜ୍ଞାପନ କରଯାଇଛି । ଆୟୋଜିତ ଏହି ଚକ୍ଷୁ ପରୀକ୍ଷା ଶିବିରରେ ଜିଲ୍ଲା ଅନ୍ତଃ ନିବେଶି ଶିକ୍ଷା ସଂଯୋଜକ ସମର ରଞ୍ଜନ ବେହେରାଙ୍କ ନେତୃତ୍ୱରେ  ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ଦାସ, ଦୃଷ୍ଟି ବିଜ୍ଞାନୀ ଶିବାଶିଷ ପଣ୍ଡା ଏବଂ ସୁଶ୍ରୀ ଅର୍ଚ୍ଚନା ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା କରିଥିବା ବେଳେ ଗୋଷ୍ଠୀ ସମ୍ବଳ  ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ, ରଶ୍ମିତା ସେନାପତି ପରିଚାଳନା କରିଥିବା ବେଳେ ତାଙ୍କୁ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।