ବ୍ରାହ୍ମଣୀଗାଁକୁ ପ୍ରଥମ ଥର ପାଦ ଥାପିଲେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ସାଂସଦ…..
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଘୁ ଉଦୟଗିରୀ ବିଧାନ ସଭା କ୍ଷେତ୍ରର ୧୧ନଂ ଜିଲ୍ଲା ପରିଷଦ ଜୋନ ବ୍ରାହ୍ମଣୀଗାଁରେ ପ୍ରଥମ ଥର ପାଇଁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ପାଦ ପଡ଼ିଛି । କନ୍ଧମାଳ ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ବ୍ରାହ୍ମଣୀଗାଁ ଅଞ୍ଚଳରେ ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ପାଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଓ ଅଞ୍ଚଳ ବାସୀଙ୍କ ମନରେରେ ବିକାଶର ଉଦ୍ଦୀପନା ଜାଗ୍ରତ ହୋଇଛି । ବ୍ରାହ୍ମଣୀଗାଁ ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ଗଣେଷ ଡାକୁଆଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଓ ଅଞ୍ଚଳ ବାସୀଙ୍କ ପକ୍ଷରୁ ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ସ୍ଥାନୀୟ ବନ ବିଭାଗ କାର୍ଯ୍ୟଳୟ ଠାରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରି ଆଦିବାସୀ ଲୋକ ନୃତ୍ୟରେ ବଜାର ପରିକ୍ରମା କରି ସ୍ଥାନୀୟ ଶିବ ମନ୍ଦିର ପର୍ୟ୍ୟନ୍ତ ପାଛୋଟି ନେଇଥିଲେ । ଏହି ସମୟରେ ଷ୍ଟ୍ରିଟ ଲାଇଟ୍, ଶୌଚାଳୟ ଓ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ନୂତନ ପେଟ୍ରୋଲ ପମ୍ପର ଶିଳାନ୍ୟାଶ କରିଥିଲେ । ଏହାପରେ ଶିବମନ୍ଦିର ପରିସର ମଧ୍ୟରେ ଆୟୋଜିତ ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଞ୍ଚଳ ବାସୀଙ୍କୁ ସ୍ୱଦେଶୀର ବହୁଳ ବ୍ୟବହାର କରି ହର ଘର ସ୍ୱଦେଶୀ, ଘର ଘର ସ୍ୱଦେଶୀ ଆତ୍ମ ନିର୍ଭର ଭାରତ ଗଠନ ବିଷୟରେ ଉଦ୍ବୋଧୋନ ଦେଇଥିଲେ ଏବଂ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିକଶିତ ଭାରତ, ବିକଶିତ ଓଡ଼ିଶା ଗଠନ କରିବାରେ ସକ୍ରିୟ ଅଂଶ ଗ୍ରହଣ କରିବାକୁ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ ଆତ୍ମ ନିର୍ଭର ଭାରତର ସଂକଳ୍ପ ପତ୍ର ପ୍ରଦାନ କରାଯାଇ ଶପଥ ପାଠ କରାଯାଇ ଥିଲା । କାର୍ଯ୍ୟକ୍ରମ ପରେ ପ୍ରଭାତୀ ତାର ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ, ଛାତ୍ରୀମାନେ ପ୍ୟାରେଡ୍ ଅଭିବାଦନରେ ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରି ଥିଲେ ସେଠାରେ ସେ ବାଳିକାମାନଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ କରିବା ସହ ଶୃଙ୍ଖଳିତ ଜୀବନ ଯାପନ କରିବା ଆତ୍ମ ନିର୍ଭର ଶିଳ ହେବାକୁ ପ୍ରେରଣା ପ୍ରଦାନ କରିଥିଲେ । ସାଂସଦଙ୍କ ଏହି ଗସ୍ତ ସମୟରେ, ପୁର୍ବତନ ବିଧାୟକ ମନୋଜ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ଜିଲ୍ଲା ଓବିଶି ମୋର୍ଚ୍ଚା ସଭାପତି ସନ୍ତୋଷ ଲେଙ୍କା, ଆତ୍ମ ନିର୍ଭର ଭାରତ ଜିଲ୍ଲା ସଂଯୋଜକ ପରେଶ୍ ମହାପାତ୍ର, ବନ୍ଦେ ମାତରଂ ସହ ସଂଯୋଜକ ଭେଙ୍କେଟେଶ୍ୱର ବେହେରା, ରାଜ୍ୟ ଏସ ସି ମୋର୍ଚ୍ଚା ଉପ ସଭାପତି ରାମବିସି ଦିଗାଲ, ଜିଲ୍ଲା ସଭାପତି ପଣ୍ଡିତ ବିଶି ମାଝୀ, ଦାରିଙ୍ଗବାଡି ସାଂସଦ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ପୁର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇ ଥିବା ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵାଧିନ ବିଜେପି ଦଳରେ ଘୁ ଉଦୟଗିରୀ ନିର୍ବାଚନ ମଣ୍ଡଳୀର ଶତାଧିକ ଲୋକ ସାମିଲ ହୋଇ ଥିଲେ ।