ବ୍ଲକ ସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ, ବାଲ୍ୟ ବିବାହ ଓ ଶିଶୁ ଶ୍ରମିକକୁ ନା କରିବା ପାଠ ପଢ଼ାକୁ ଗୁରୁତ୍ଵ ଦେବା…
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ସି ଡି ପି ଓ ସନ୍ଧ୍ୟା ରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରିୟ ଟାସ୍କ ଫୋର୍ସ କମିଟି ର ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏହି ବୈଠକରେ କିଶୋରୀ ବାଳିକା ମାନଙ୍କ ସୁରକ୍ଷା, ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ରୋକିବା ଏବଂ ପାଠପଢ଼ା ପ୍ରତି ପ୍ରହୋତ୍ସାନ କରିବା ବିଷୟରେ ବିସ୍ତୃତ ଆଲୋଚନା କରାଯାଇ ଥିଲା l ବିଶେଷ କରି କିଶୋରୀ ବାଳିକାମାନେ ବିଭିନ୍ନ ପ୍ରକାର ପ୍ରଲୋଭନରେ ପଡ଼ି ପ୍ରେମ ବିବାହ କରିବାକୁ ପଛାଉ ନାହାନ୍ତି l ଯାହାକି ଆଜିକା ସମାଜର ମୁଣ୍ଡବ୍ୟଥାର କାରଣ ପାଲଟିଛି l ଲୋକ ସଚେତନା ବିନା ଏହି ସମସ୍ୟାର ସମାଧାନ କରିବା ସମ୍ଭବ ନୁହେଁ l ତେଣୁ ଗ୍ରାମାଞ୍ଚଳ ସ୍ତରରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ କମିଟି ଗଠନ କରି ସଚେତନା ସୃଷ୍ଠି କରିବା ପାଇଁ ଶିଶୁ ବିକାଶ ପ୍ରକଳ୍ପ ଦାରିଙ୍ଗବାଡି ପକ୍ଷରୁ ପ୍ରୟାସ ଜାରୀ ରହିଛି ଏବଂ ଅଞ୍ଚଳରେ କାର୍ଯ୍ୟରତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡିକ ମଧ୍ୟ ଏହି କ୍ଷେତ୍ର ରେ କାର୍ଯ୍ୟ କରୁଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ସିଡିପି ଓ ସନ୍ଧ୍ୟା ରାଣୀ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମ୍ ଏଡୁକୋର ପ୍ରୋଗ୍ରମ୍ ମ୍ୟାନେଜର ସୁଧୀର କୁମାର ଦିଗାଲ, ଆମଗାଁ ଅନୁଷ୍ଠାନର ପ୍ରୋଗ୍ରାମ ସଂଯୋଜକ ରମାକାନ୍ତ ବଳିଆର ସିଂ, ସରପଞ୍ଚ ସଂଯୁକ୍ତା ମଲ୍ଲିକ, ସିଆର ସି ସି ମଧୁ ରଞ୍ଜନ ବଳିଆର ସିଂ, ସିନିଅର ସୁପର ଭାଇଜର ସୁକୁନ୍ତଳା ନାୟକ ପ୍ରମୁଖ ମଞ୍ଚାଥିବା ବେଳେ ଅଞ୍ଚଳର ଅନେକ ସମାଜ ସେବୀ, ସ୍ଵୟଂସହାୟକ ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ ଓ ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ କିଶୋରୀ ବାଳିକାମାନେ ଯୋଗ ଦେଇଥିଲେ l