କେ .ଏମ୍ .ଭାଲିଆସାହି ପିଏମଶ୍ରୀ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ…..

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପିଏମ. ଶ୍ରୀ. ସରକାରୀ ଉଚ୍ଚ ବିଦ୍ୟାଳୟ କେ.ଏମ.ଭାଲିଆସାହି ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ  ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ଶିଅଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ଦଳବେହେରା ଏବଂ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ପୂର୍ଣ୍ଣ ସହଯୋଗରେ ସଫଳ ହୋଇପାରିଥିଲା । ବିଦ୍ୟାଳୟର ବିଜ୍ଞାନ ବିଭାଗର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯଥା ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମଣ୍ଡଳ, ପ୍ରଜ୍ଞାଦୀପ୍ତା ପାଇକ, ରାଉତ ସନ୍ଧ୍ୟାରାଣୀ, ବିରଜା ମାଳିନୀ ନାୟକ ଏବଂ ମମତା ବେହର୍ଦଳାଇଙ୍କ ମାର୍ଗଦର୍ଶନରେ ୩୦ ରୁ ଉର୍ଦ୍ଧ ଗୋଟି ପ୍ରକଳ୍ପ ପ୍ରଦର୍ଶନ ହୋଇଥିଲା ।  ବିଦ୍ୟାଳୟର ୨ୟ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଅଂଶ ଗ୍ରହଣ କରି ନିଜେ ନିଜର ପ୍ରକଳ୍ପ ଗୁଡ଼ିକୁ ପ୍ରଦର୍ଶନ କରିଥିଲେ । ପ୍ରକଳ୍ପ ଗୁଡ଼ିକ ମାଧ୍ୟମରେ ନିଜ ଅଞ୍ଚଳର ସମସ୍ୟାର ସମାଧାନ ସହ ନିଜ ମନର ଭାବନାକୁ ପରିପ୍ରକାଶ କରିଥିଲେ । ଏହା  ଦ୍ବାରା ପିଲାମାନଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ ହୋଇଥିବାର ଲକ୍ଷ୍ୟ କରାଯାଇଛି । ଉକ୍ତ ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାଙ୍କନ କରିବା ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟ ଛେଳିଗଡର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଭାଗିରଥି ପରିଡା ଏବଂ ଗଙ୍ଗାଧର ପାଇକ ବିଚାରକ ଭାବେ ଯୋଗ ଦେଇ ଉଚିତ ମୂଲ୍ୟାଙ୍କନ କରିଥିଲେ । ଭଲ ପ୍ରଦର୍ଶନ ଛାତ୍ରଛାତ୍ରୀ ଆଗାମୀ ବ୍ଲକ ସ୍ତରୀୟ ପ୍ରତିଯୋଗୀତାଲାଗି ପ୍ରସ୍ତୁତ କରାଯିବ । ଶିକ୍ଷକ ଯୁଧିଷ୍ଠିର ପାଇକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ।