ଦାରିଙ୍ଗବାଡି ପାଇନ ବଣରେ ବନ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପାଇନ ଜଙ୍ଗଲ ମଧ୍ୟରେ ସରସ୍ପତି ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଅନୁଷ୍ଠାନର ସଭାପତି ଯୁଧିଷ୍ଟିର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବନ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଧିରଜ ପାତ୍ର , ମୁଖ୍ୟ ବକ୍ତା ଭାବେ ଫୁଲବାଣୀ ଶିକ୍ଷା ବିଭାଗ ନିରୀକ୍ଷକ  ପଦ୍ମନାଭ ସାମଲ ଓ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ପ୍ରୀତି ରଞ୍ଜନ ରଥ, ଅଗ୍ନିଶ୍ରମ ବିଭାଗ ଅଧିକାରୀ ଧବଳେଶ୍ଵର ପ୍ରଧାନ, ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକ, ବିଜେପି ମଣ୍ଡଳ ସଭାପତି ମିଟୁ ସାହୁ, ବାଲିଗୁଡ଼ା ସଙ୍କୁଳ ପ୍ରମୂଖ ତୀର୍ଥ ଦାସ ଘଡ଼ାଇ, ବଣିକ ସଂଘ ସଭାପତି ଲଡୁ କିଶୋର ସାହୁ, ହୋଟେଲ ସଙ୍ଘ ସଭାପତି ଗିରିଶ ଚନ୍ଦ୍ର ସାହୁ, ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ରମେଶ ଚନ୍ଦ୍ର ସାହୁ, ସଭାପତି ଯୁଧିଷ୍ଟିର ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ବଡ଼ଜେନା ସମେତ ଅଭିଭାବକମାନେ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବନ ବିହାର ଆୟୋଜନର ମୁଖ୍ୟ ଲକ୍ଷ୍ୟ, ଶିଶୁ ମନ୍ଦିର ଶିକ୍ଷା ,ବିଚାର ଧାରା, ଶିକ୍ଷା ସହ ପରିବେଶ ଓ ସଂସ୍କୃତିକୁ ସୁରକ୍ଷା ଦେବା ସହ   ଉତ୍ତମ ବ୍ୟକ୍ତିତ୍ଵ ଗଠନ ଓ ଚରିତ୍ର ଗଠନ ସହ ରାଷ୍ଟ୍ର ନିର୍ମାଣର ଅଂଶି ହେବା ବିଷୟରେ ଗୁରୁତ୍ୱାରୋପ କରି ମୁଖ୍ୟ ବକ୍ତା ଶ୍ରୀ ସାମଲ ସମସ୍ତଙ୍କୁ ଆସିର୍ବଚନ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବଡ଼ଜେନା ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ମଞ୍ଚ ସଂଯୋଜନା କରିଥିଲେ ସମ୍ପାଦକ ଦିଲ୍ଲୀପ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଭିଭାବକମାନେ ସମସ୍ତ କାର୍ଯ୍ୟକ୍ରମକୁ ଉପୋଭୋଗ କରିଥିଲେ ।