ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ…..

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସମିତିର ଅଧ୍ୟକ୍ଷ ତଥା ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିବା ବେଳେ ରୋଗୀ କଲ୍ୟାଣ ସମିତିର ଉପାଧ୍ୟକ୍ଷ ତଥା ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡିଓ ପ୍ରୀତିରଞ୍ଜନ ରଥ, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ଓ ଅନ୍ୟ ଅଧିକାରୀ ଏବଂ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ  ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ ବୈଠକରେ ଯୋଗଦେଇଥିବା ଅତିଥିଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଗତ ୨୦୨୩ ଜୁଲାଇ ୨୩ରେ ଶେଷଥର ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା l ତାହାର ବିବରଣୀକୁ ବିପିଏମ୍‌ ଶାନ୍ତନୁ କୁମାର ସାହୁ ପଠନ କରିଥିଲେ । ପୂର୍ବ ବୈଠକର  ନିଷ୍ପତ୍ତି କ୍ରମେ କେତେକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ  ମଧ୍ୟ ଏବେ ବି ସ୍ବାସ୍ଥ୍ୟକେନ୍ଦ୍ରରେ ଅନେକ ସମସ୍ୟା ଲାଗି ରହିଛି ।  ବିଶେଷ କରି ମେଡ଼ିକାଲ୍ କୋଠାଗୁଡ଼ିକରୁ ବର୍ଷା ପାଣି ଗଳିବା, ସିଲିଂଗୁଡ଼ିକ ଖସି ପଡୁଥିବାବେଳେ କବାଟଗୁଡ଼ିକର ପୁନଃ ମରାମତିର ଆବଶ୍ୟକ ରହିଛି l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର  ଶୌଚାଳୟର ରକ୍ଷଣା ବେକ୍ଷଣ, ପାନୀୟ ଜଳ ସମସ୍ୟା, ବିଦ୍ୟୁତ ବିଭ୍ରାଟ, ଜେନେନେଟର, ସୋଲାର ଆଲୁଅ ବ୍ୟବସ୍ଥା, ସିସି କ୍ୟାମେରା ମରାମତି ଭଳି ବିଭିନ୍ନ ସମସ୍ୟାର ଆଲୋଚନା କରାଯାଇ ତାକୁ କିଭଳି ପୁନଃ ମରାମତି କରାଯିବ ଓ ସେଥିପାଇଁ ଅନୁଦାନ କିପରି ଆସିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକ ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନିଶ୍ଚିତ ଉନ୍ନତି ହେବ ବୋଲି ଅଞ୍ଚଳ ବାସୀ ଆଶା ପୋଷଣ କରିଛନ୍ତି ।