କୋଟଗଡ(ଦିପେନ୍ଦ୍ର ନାୟକ): କୋଟଗଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆରୋଗ୍ୟ କେନ୍ଦ୍ର ଠାରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଟଗଡ ଆନୁକୂଲ୍ୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କୋଟଗଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆରୋଗ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶ୍ରୀ ଭଗବାନ ସୁରେନ ଏବଂ ମେଡିକାଲରେ ଯେତେ ଜଣ ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ସିକୁରିଟି ଏବଂ କୋଟଗଡର ସମାଜ ସେବୀ ଓ ବିଧାୟକ ପ୍ରତିନିଧି ଶ୍ରୀ ମନୋଜ କୁମାର ସାବତ, ବିଜେପି ମଣ୍ଡଳର ସାଧାରଣ ସମ୍ପାଦକ ଶ୍ରୀ ପ୍ରତାପ କୁମାର ନାୟକ, ସାଂସଦ ସନୁ ପ୍ରଧାନ (ସୁସ୍ତ୍ୟ ଓ ଶିକ୍ଷା)ଏବଂ କୋଟଗଡ ଅନେକ ଜଣା ଶୁଣା ଭଦ୍ର ବ୍ୟକ୍ତି ଓ ସାମ୍ବାଦିକ ସମସ୍ତେ ମିଶି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ l ଏହି କାର୍ଯ୍ୟକ୍ରମ କୋଟଗଡ ମେଡିକାଲ ଭିତରେ ଯେତିକି ଅଳିଆ ଆବର୍ଜନା ଥିଲା ଓ ମେଡିକାଲ ବାହାରେ ଯେତିକି ଅଳିଆ ଆବର୍ଜନା ପଡିଥିଲା ତାକୁ ଏକ ଗାଡି ମାଧ୍ୟ୍ୟମରେ ଅଳିଆ ଆବର୍ଜନାକୁ ବହୁତ ଦୂରରେ ଫପଡା ଯାଇଥିଲା l ଏହି କାର୍ଯ୍ୟକ୍ରମରେ ସଫେଇ କାର୍ଯ୍ୟକ୍ରମ, ଶପଥ ପାଠ କରାଗଲା ଓ ଶେଷରେ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା । ଏହି ପ୍ରକାର ଉଚ୍ଚକୋଟୀର କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ଲୋକେ ପ୍ରଶଂସା କରିଥିଲେ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।