୪୦ ବର୍ଷ ପରେ ଖୋଲିଲା ସାପ୍ତାହିକ ହାଟ, ହାତ ପାହାନ୍ତାରେ ମିଳିବ ଅତ୍ୟାବଶ୍ୟକୀୟ ସାମଗ୍ରୀ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ଠାରେ ଖୋଲିଲା ସାପ୍ତାହିକ ହାଟ । ଦୀର୍ଘ ୪୦ ବର୍ଷ ପରେ ଏହି ସାପ୍ତାହିକ ହାଟ ଖୋଲି ଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବର୍ତ୍ତମାନ ହାତ ପାହାନ୍ତାରେ ମିଳିବ ବିଭିନ୍ନ ବ୍ୟବହାରିକ ସାମଗ୍ରୀ ଏବଂ ଅଞ୍ଚଳରୁ ଅମଳ ହେଉଥିବା ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟର ମଧ୍ୟ ବିକ୍ରୀ ସୁବିଧାରେ ହୋଇ ପାରିବ । ତେବେ ପ୍ରତ୍ୟେକ ସପ୍ତାହର ମଙ୍ଗଳ ବାର ଦିନ ଏହି ହାଟ ବସିବ ବୋଲି ଧାର୍ଯ୍ୟ କରଯାଇଛି । ତେବେ ଏହି ହାଟକୁ ପୁନର୍ବାର ଚାଲୁ କରିବା ପାଇଁ ଗ୍ରାମବିକାଶ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ସହଭାଗିତାରେ ହାଟ ଖୋଲାଯାଇଥିଲା । ଏହି ସାପ୍ତାହିକ ହାଟର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତର ସରପଞ୍ଚ ଅମିତା ପ୍ରଧାନ  ଯୋଗଦେଇ ଶୁଭ ଉଦଘାଟନ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମବିକାଶର ଜିଲା କାର୍ଯ୍ୟକ୍ରମ ମୁଖ୍ୟ ବରୁଣ କୁମାର ସିଂଙ୍କ ସମେତ ବସନ୍ତ ନାୟକ, ଅଷ୍ଟିନ କୁମାର, ନିରଞ୍ଜନ ଧାରୁଆ, ଆରାଧନା ପ୍ରଧାନ, ସୁଶାନ୍ତ ପ୍ରଧାନ, ସିମଲା ବର୍ମା, ସୋମ୍ୟଜିତ ଦେ, ଜୀବିତା ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ପ୍ରଧାନ, ସରପଞ୍ଚଙ୍କ ପ୍ରତିନିଧି ପରମେ ପ୍ରଧାନ, ଜଳେଶ୍ୱର ପ୍ରଧାନ, ଜିତେନ୍ଦ୍ର ସାହୁଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।