ଏଞ୍ଜୋୟେ ଟୁଡୋ ଫିଙ୍ଗର ପ୍ୟାକେଟ ର ଖେଳନା ଖାଇ ୪ବର୍ଷ ଶିଶୁର ଅକାଳ ମୃତ୍ୟୁ….

ଦାରିଙ୍ଗବାଡି(ଆଶୋକ ସିଂ): ଛୋଟ ପିଲାଙ୍କୁ ଆକର୍ଷଣ କରୁଥିବା ବିଭିନ୍ନ ଚଟପଟା ମସଲାଦାର ଚିପ୍ସ ପ୍ୟାକେଟ ଯେ ଜୀବନ ନେବ ଏକଥା କାହାକୁ ଜଣା ଥିଲା I ପିଲାମାନଙ୍କ ଅଳୀ ହେଉ ଅବା ସେମାନଙ୍କୁ ଖୁସି କରାଇବା ପାଇଁ ବାପା ମା ବାଜାରରୁ ମିଳୁଥିବା ମସଲା ଚିପ୍ସ ପ୍ୟାକେଟ କିଣି ଦେଇ ଥାନ୍ତି କିନ୍ତୁ ଟିକିଏ ଅସାବଧାନ ତା ଯୋଗୁଁ ଏହି ପ୍ୟାକେଟ ଯେ ଜୀବନ ନେବ ତାହା ଏକ ଦୁଃଖଦର ବିଷୟ I ଏପରି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ତାଯୁଙ୍ଗିଆ ପଞ୍ଚାୟତର ସିକର ମାହା ଗ୍ରାମର ମୁସିମହା ସାହିରେ । ଏଞ୍ଜୋୟେ ଟୁଡୋ ଫିଙ୍ଗର ପ୍ୟାକେଟର ଚିପ୍ସ ସହ ସେହି ପ୍ୟାକେଟରେ ଥିବା ଏକ ପ୍ଲାଷ୍ଟିକ ଖେଳନା ଖାଇ ଜଣେ ୪ବର୍ଷର ଶିଶୁର ଅକାଳ ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମୃତ ଶିଶୁ ଜଣକ ହେଲେ ମୁସୁମାହା ପଡାର ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ଶିଶୁ ପୁତ୍ର ବିଗିଲ ପ୍ରଧାନ । ସୂଚନା ଅନୁଯାୟୀ   ସବୁଦିନ ଭଳି ମଙ୍ଗଳବାର ମଧ୍ୟ ବିଗିଲ୍ ଅଙ୍ଗନାୱାଡିରେ ପIଠ ପଢିବାକୁ ଯାଇଥିଲେ I ପାଠପଢା ସାରି ମଧ୍ୟାହ୍ନ ଭୋଜନ ଖାଇ ବାପାଙ୍କ ସହ ମକା ବାଡ଼କୁ ଯାଇଥିଲେ । ସେହି ସମୟରେ ବାପା ରଞ୍ଜିତ ତାଙ୍କ ପୁଅ ପାଇଁ ଆଗରୁ ଦୁଇଟି ଚିପ୍ସ ପ୍ୟାକେଟ ଆଣି ରଖି ଦେଇଥିଲେ I ପୁଅକୁ ଚିପ୍ସ ପ୍ୟାକେଟ ଖାଇବାକୁ ଦେଇ ନିଜେ ମକା କାମରେ ବ୍ୟସ୍ତ ଥିଲେଉକ୍ତ I ପ୍ୟାକେଟର ଚିପ୍ସ ଖାଇବା ପରେ ସେହି ପ୍ୟାକେଟରେ ଥିବା ଏକ ପ୍ଲାଷ୍ଟିକ ଖେଳନାକୁ ଗିଳି ଦେଇ ଥିଲେ I ଯାହାକି ତାଙ୍କ ଶ୍ୱାସ ନଳିକୁ ରୁଦ୍ଧ କରିଥିଲା । ଯନ୍ତ୍ରଣା ହେବାରୁ ସେ ବାପାଙ୍କୁ ଈଶାରା ଦେଇ କହି ଥିଲା କି ସେ ପ୍ୟାକେଟରେ ଥିବା ଖେଳନାକୁ ଗିଳି ଦେଇଛି । ତୁରନ୍ତ ବାପା ମା ପିଲାଙ୍କୁ ଧରି ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ I ହେଲେ ମେଡ଼ିକାଲ୍ ପହଞ୍ଚିଲା ବେଳକୁ ବହୁତ ଡେରି ହୋଇ ଯାଇ ଥିଲାଡା I ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବୁଧବାର ଦିନ ସ୍ଥାନୀୟ ତହସିଲଦାର ଧିରଜ ପାତ୍ର ଓ ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା ଓ ସରପଞ୍ଚ ଚୁମୁକି ପ୍ରଧାନ ମୃତ ଶିଶୁର ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇବା ସହ ତହସିଲଦାର ଶ୍ରୀ ପାତ୍ର ରେଡକ୍ରସ ପାଣ୍ଠିରୁ ୫ ହଜାର ଓ ସରପଞ୍ଚ ଶ୍ରୀମତି ପ୍ରଧାନ ହରିଶ୍ଚନ୍ଦ୍ର ଯୋଜନାରୁ ୩ହଜାର ସହାୟତା ରାଶି ପ୍ରଦାନ କରିଥିଲେ । ଉପର ଅଧିକାରୀ ସହ ଆଲୋଚନା କରି ପ୍ରଶାସନିକ ସ୍ତରରେ ଆଗକୁ ଆଉ କଣ ସହାୟତା କରାଯାଇ ପାରିବ ତାହା କରାଯିବ ବୋଲି ତହସିଲଦାର ଶ୍ରୀ ପାତ୍ର କହିଛନ୍ତି । ଏକମାତ୍ର ପୁଅକୁ ହରାଇ ବାପା  ମା ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଶିକରମାହାରେ ଯଦିଓ ମେଡ଼ିକାଲ୍ ଅଛି ଏଠାରେ ଦିର୍ଘ ଦିନ ହେଲା ଡାକ୍ତର ନାହାଁନ୍ତି ଏବଂ ଏଠାରେ ଟାୱାର ଅଛି ହେଲେ ଦୁଇବର୍ଷ ହେଲାଣି ନେଟୱର୍କ ନାହିଁ I ଯାହା ଫଳରେ ଏପରି ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସକୁ ମଧ୍ୟ ଯୋଗାଯୋଗ କରାଯାଇ ପାରୁ ନଥିବାରୁ ଅକାଳରେ ନିରୀହ ଜୀବନ ଗୁଡ଼ିକ ଚାଲି ଯାଉଛି ବୋଲି ସରପଞ୍ଚ ଚୂମୁକି ପ୍ରଧାନ ଓ ପୁର୍ବତନ ସରପଞ୍ଚ ପ୍ରଦୀପ ମଲ୍ଲିକ କହିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନେଟୱର୍କ ଓ ସ୍ଥାୟୀ ଡାକ୍ତର ଯୋଗାଇଦେବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।