ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ କାଥ ଲିକ ଚର୍ଚ୍ଚ ପରିସର ମଧ୍ୟରେ ମିଳିତ ସୁରକ୍ଷା ମଞ୍ଚର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଗଞ୍ଜାମ ଗଜପତି ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ଅଞ୍ଚଳର ୧୨ଗୋଟି ପଞ୍ଚାୟତରୁ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ଯୋଗ ଦେଇ କେନ୍ଦ୍ରୀୟ ସ୍ଥାୟୀ କମିଟି ଗଠନ କରାଗଲା । ଉକ୍ତ ନୂତ କମିଟିର ସଭାପତି ଭାବେ ଚିତ୍ରସେନ କାର୍ଜିମାଝୀ, କାର୍ଯ୍ୟକାରି ସଭାପତି ରମାକାନ୍ତ ବଳିଆର ସିଂ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ ସାମସନ୍ ମାଲିକ, ସହ କୋଷାଧ୍ୟକ୍ଷ ରଞ୍ଜିତ ସ୍ୱାଲ ସିଂଙ୍କ ସମେତ ୧୨ ଜଣ ଉପସଭାପତି ଓ ୧୨ ଜଣ ସମ୍ପାଦକଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଗଲା । ଆଜିର ବୈଠକରେ ମୁଖ୍ୟ ବକ୍ତା ଭାବେ ବାମ୍ ସେଫ୍ ସଂଗଠନର ଜିଲ୍ଲା ସଂଯୋଜକ ମିହିର ଦିଗାଲ ଉପସ୍ଥିତ ରହି ସଂଗଠନକୁ ସୁଦୃଢ଼ କରିବା ପାଇଁ ଉଦବୋଧନ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବ୍ରାହ୍ମଣୀଗାଁ ଗ୍ରାମ୍ୟ କମିଟି ସଭାପତି ବିକ୍ରମ ବସ୍ତିରାୟଙ୍କ ସମେତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।