ଦାରିଙ୍ଗବାଡି ଶୀତ ମହୋତ୍ସବ – ୨୦୨୬ ପାଳନ ପାଇଁ ବସିଲା ପ୍ରଥମ ପ୍ରସ୍ତୁତି ବୈଠକ, ମୁଖ୍ୟ ଅତିଥି ଭାବେ ମୁଖ୍ୟ ମନ୍ତ୍ରୀଙ୍କୁ ନିମନ୍ତ୍ରଣ ପ୍ରସ୍ତାବ…
ଦାରିଙ୍ଗବାଡ଼ି(ଆଶୋକ ସିଂ): ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ପହିଲି ଶୀତର ଅନୁଭୂତ ହୋଇଛି । ପର୍ଯ୍ୟଟକମାନଙ୍କ ଆଗମନ ମଧ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ଦାରିଙ୍ଗବାଡିର ପ୍ରାକୃତିକ ସୌନ୍ଦର୍ଯ୍ୟ ଏହାର ଐତିହ୍ୟ କଳା ସଂସ୍କୃତିକୁ ନେଇ ୨୦୨୬ ଶୀତ ମହୋତ୍ସବ ପାଳନ କରିବା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଶୀତ ମହୋତ୍ସବ କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତି ରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ତହସିଲଦାର ଧିରଜ ପାତ୍ର ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଯାକେଶ ସାମନ୍ତ ରାୟ, ସିଡି ପିଓ ସନ୍ଧ୍ୟାରାଣୀ ପଣ୍ଡା, ଥାନା ଆଇ ଆଇ ସି ଜୟନ୍ତ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନଙ୍କ ସମେତ ଜାତି ଧର୍ମ ବର୍ଣ୍ଣ ଓ ରାଜନୈତିକ ଦଳ ନିର୍ବି ଶେଷରେ ବିଭିନ୍ନ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ଶୀତ ମହୋତ୍ସବ ପାଳନ ସମ୍ପର୍କିତ ବିଭିନ୍ନ ବିଷୟ ଆଲୋଚନା କରାଯାଇ ଥିଲା । ଆଗାମୀ ଶୀତ ମହୋତ୍ସବ କୁ ଭବ୍ୟ ଓ ସୁନ୍ଦର କରିବା ସହ ଏହାକୁ ରାଜ୍ୟସ୍ତରୀୟ ମାନ୍ୟତା ପ୍ରଦାନ ପାଇଁ ଯୋଗାଯୋଗ କରିବା ସହ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିବାକୁ ପ୍ରସ୍ତାବ ରଖାଯାଇ ଥିଲା । କନ୍ଧମାଳ ଜିଲ୍ଲା ତଥା ଦାରିଙ୍ଗବାଡି ଅଞ୍ଚଳର କଳା ସଂସ୍କୃତି, ଜୀବନ ଜୀବିକା ଓ ପ୍ରାକୃତିକ ପରିବେଶକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଲୋକଲୋଚନକୁ ଆଣିବା ପାଇଁ ସମସ୍ତଙ୍କ ସାହାଯ୍ୟ ସହଯୋଗର ଏକାନ୍ତ ଆବଶ୍ୟକ l ଏଣୁ ସମ୍ପାଦକ ତଥା ବିଡ଼ିଓ ଶ୍ରୀ ରଥ ସମସ୍ତ ବର୍ଗର ଲୋକଙ୍କୁ ଆହ୍ଵାନ କରିଥିଲେ ।