ସିଶିଡି ଓ ଲିନସି ଫାଉଣ୍ଡେସନ୍‌ର ତରଫରୁ ମାର୍ଲବା ପଞ୍ଚାୟତର ପେକଟ ଓ ଲିମରସିଙ୍ଗି ଗ୍ରାମରେ ବନ୍ୟାପ୍ରଭାବିତ ପରିବାରମାନଙ୍କ ପାଇଁ ରାହାତ ସାହାଯ୍ୟ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରାୟଗଡ଼ (ଟିକି ଲିମା): ଗତ ମାସରେ ଘଟିଥିବା ତିନିଦିନିଆ ଭାରି ବର୍ଷା ଓ “ମୋନ୍ଥା” ବାତ୍ୟାର ଫଳରେ ରାୟଗଡ ବ୍ଲକର ଅନେକ ଗ୍ରାମରେ ଘର, ଫସଲ ଓ ରାସ୍ତା ଭାରି କ୍ଷତିଗ୍ରସ୍ତ ହୋଇପଡିଥିଲା । ଏହି ବିପଦ ସ୍ଥିତିରେ ଗ୍ରାମବାସୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି, ସିସିଡି ଓ ଲିନ୍ସି ଫାଉଣ୍ଡେସନର ସଂଯୁକ୍ତ ପ୍ରୟାସରେ ମର୍ଲବା ପଞ୍ଚାୟତ ଅନ୍ତର୍ଗତ ପେକଟା ଓ ଲିମରସିଙ୍ଗି ଗ୍ରାମର ୪୩ ଟି ପରିବାର‌ଙ୍କୁ ରାହାତ ସାମଗ୍ରୀ ବିତରଣ କରାଯାଇଥିଲା । ଏହି ସାହାଯ୍ୟ ବିତରଣ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଉପ ଜିଲ୍ଲାପାଳ ଶ୍ରୀ ଅନୁପ କୁମାର ପଣ୍ଡା (ମୁଖ୍ୟ ଅତିଥି) ଉପସ୍ଥିତ ହୋଇ ଆପଦ୍‌ଗ୍ରସ୍ତ ପରିବାରମାନଙ୍କ ମଧ୍ୟରେ ସାମଗ୍ରୀ ବିତରଣ କରିଥିଲେ ।  ତାଙ୍କ ସହିତ ଶ୍ରୀ ରୋହିତ ବେହେରା (AEE, PA-ITDA), ଶ୍ରୀ ଜି. କୁମାର ରେଡ଼ି (BLE, ରାୟଗଡ), ସ୍ଥାନୀୟ ସରପଞ୍ଚ ଜଳନ୍ଧର କାର୍ଯି , ପାର୍ବତୀ ଭୂୟାଁ ସମିତି ସଭ୍ୟ, ଯୁସ୍ପିନ ଶବର ୱାର୍ଡ ମେମ୍ବର ଓ ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ଥିଲେ । ସାହାଯ୍ୟ ଭିତରଣ ସମୟରେ ପ୍ରତ୍ୟେକ ପରିବାରକୁ ନିମ୍ନଲିଖିତ ଆବଶ୍ୟକ ସାମଗ୍ରୀ ଦିଆଯାଇଥିଲା ଘର ଛାତ ପାଇଁ ତାରପଲିନ୍‌, ଖାଦ୍ୟ ସାମଗ୍ରୀ: ୨୫ କେଜି ଚାଉଳ, ଡାଲି, ତେଲ, ଚିନି, ମୋଟର, ଚୂଡା, ସୁଜି, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ସାବୁନ, ସର୍ଫ ପାଉଡର ପୋଷାକ ସାମଗ୍ରୀ: ଶାଢୀ, ପେଣ୍ଟ, ନାଇଟି, ଚାଦର ଓ ଟାବଲ – ପ୍ରତ୍ୟେକରୁ ଦୁଇଟି l ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀମାନେ ଏହି ସାହାଯ୍ୟ ପାଇଁ ଲିନ୍ସୀ ଫାଉଣ୍ଡେସନ୍‌ ଓ ସିସିଡି ଅନୁଷ୍ଠାନ ପ୍ରତି ଅଭାର ଜଣାଇଛନ୍ତି ଏବଂ ସେମାନଙ୍କୁ ଏପରି ଦୁର୍ଯୋଗ ସମୟରେ ମାନବିକ ସହାୟତା ପ୍ରଦାନ କରାଯାଇଥିବାରେ ଆନନ୍ଦ ବ୍ୟକ୍ତ କରିଛନ୍ତି । ଏହି ସାହାଯ୍ୟ ବିତରଣ କାର୍ଯ୍ୟକ୍ରମ ସିସିଡି ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଏ. ଜଗନ୍ନାଥ ରାଜୁଙ୍କ ନିର୍ଦ୍ଦେଶକ୍ରମେ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ବିଜୟ ପ୍ରଧାନଙ୍କ ତତ୍ତ୍ୱାବଧାନରେ, ପ୍ରୋଜେକ୍ଟ ଅଫିସର ଶ୍ରୀ ଦେବାଶିଷ ପାଇକ, ଏବଂ ଜୟଲକ୍ଷ୍ମୀ ବେହେରା, ମମତା ପାତ୍ର ପରିଚାଳନା କରିଥିଲେ ।