ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟ ତଥା ୧୨ ଗୋଟି କ୍ଲୋଷ୍ଟରର ୨୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ । ବରିଷ୍ଠ ଓ ଗରିଷ୍ଠ ବିଭାଗରେ ବିତର୍କ, ପ୍ରବନ୍ଧ, କୁଇଜ୍ ପ୍ରତିଯୋଗିତା ହେବା ସହ କନିଷ୍ଠ ବିଭାଗ ପାଇଁ କୁଇଜ୍, ପତ୍ର ଲିଖନ, ସଙ୍ଗୀତ, ନୃତ୍ୟ, ହସ୍ତାକ୍ଷର, ଚିତ୍ରାଙ୍କନ, ସୃଜନଶିଳ ଲିଖନ, ବକୃତା ଚିତ୍ର କଳା ଓ ଶିଳ୍ପ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇ ଯାଇଛି । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ପୂର୍ଣାବାସି ନାୟକ, ବିଇଓ ଟି କିଶୋର କୁମାର, ଏ.ବିଇଓ ଯୁଧିଷ୍ଠିର ବେହେରା, ପିମ୍ ଶ୍ରୀ ହାଇସ୍କୁଲର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ ବେହେରାଙ୍କ ସହ ସମସ୍ତ ସି ଆର ସି ସି ମାନେ ମଞ୍ଚାଶିନ ଥିଲେ । ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ସମସ୍ତ ବିଦ୍ୟାଳୟର ଗାଇଡ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସିଆରସିମାନେ ପରିଚାଳନା କରିଥିଲେ।