ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତ ବାପୁନିବୁଡି ଗ୍ରାମରେ କାର୍ତ୍ତିକ ଶେଷ ସୋମବାର ଉପଲକ୍ଷ ତୁମ୍ଵେଶ୍ଵର ମହାଦେବ ମନ୍ଦିରରେ ୫ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ତୁମ୍ଵେଶ୍ଵର ମହାଦେବ ମନ୍ଦିରରେ କାଶୀନଗର ବ୍ଳକ୍ ଓ ଗୁମ୍ମା ବ୍ଲକର ଅନେକ ଗ୍ରାମରୁ ଯଥା ବୁଦୁରା, ଅଲଡ଼ା, ହାଡ଼ଭାଙ୍ଗି, ରାଜପୁର, ପରିଡା ଓ ଗାଇବା ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରୁ ଅନେକ ଭକ୍ତ ଅସି ଦର୍ଶନ କରିଥିଲେ l ନିକଟସ୍ଥ ଗାଇବା ଫାଣ୍ଡି ଅଧିକାରୀ ରାମ କୃଷ୍ଣ ଦାସ, କନେଷ୍ଟେବଳ ରଞ୍ଜିତ ରାଉତ, ସୁବାସ ଦଳଇ, ମହାରଣା ଉପସ୍ଥିତ ରହି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଓ ଯାନବାହାନ ଭିଡ଼ ନିୟନ୍ତ୍ରଣର ବ୍ୟବସ୍ଥା ତଦାରଖ କରିଥିଲେ |