ପାରୋଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ବାତ୍ୟା ମନ୍ଥାର ପ୍ରଭାବରେ ଗତ ତିନିଦିନ ଧରି ଲଗାଣ ବର୍ଷାରେ ଜୀବା ପଞ୍ଚାୟତ ସ୍ଥିତ ଉପଲସିଂବାସୀ ସମ୍ପୂର୍ଣ ଜଳବନ୍ଦୀରେ ରହିଛନ୍ତି । ଏହା ବିଶେଷ କରି ଗୁମ୍ମାଗଡ଼ା ପାର୍ଶ୍ୱରେ ବସବାସ କରୁଥିବା ତଳିଆ ଅଂଚଳର ପ୍ରତେକଙ୍କ ଘର ଜଳବନ୍ଦୀ ଭାବରେ ଅଛି । ପ୍ରବଳ ବର୍ଷାରେ ଉପର ପଟୁ ବର୍ଷା ଜଳ ଆସି ତଳୁଆ ଅଂଚଳରେ ଜମା ହୋଇ ରହିଯାଉଛି । ଜଳ ନିଷ୍କାସନ ପାଇଁ କୌଣସି ଡ୍ରେନେଜର ସୁବିଧା ନଥିବାରୁ ପାଣି ଜମି ରହୁଛି । ଲୋକମାନେ ଘରୁ ବାହାରି ପାରୁନାହାନ୍ତି । ବିଶେଷ କରି ଲକ୍ଷ୍ମୀ ନଗର ବାସିନ୍ଦା ଅଧିକ ପ୍ରଭାବିତ ହେଉଥିବା ଦେଖାଯାଇଛି । ଅତ୍ୟାବଶକ ସାମଗ୍ରୀ, ଔଷଧ, ପନିପରିବା ଆଣିବାକୁ ଯିବା ନିମନ୍ତେ ସମସ୍ୟା ହେଉଥିବା ଲଷ୍ମୀ ନଗର ବାସିନ୍ଦା ପ୍ରକାଶ କରିଛନ୍ତି ।