ପାରୋଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ମନ୍ଥା ବାତ୍ୟାକୁ ନେଇ ଚାରିଆଡେ ଭୟର ପରିବେଶ ସୃଷ୍ଟି ହୋଇଥିବା ବେଳେ ସହର ତଳିଆ ଅଞ୍ଚଳରେ ନିରାଶ୍ରୟ ବ୍ୟକ୍ତି ବିଶେଷଙ୍କ ମନରେ ଭବିଷ୍ୟତକୁ ନେଇ ଏକ ପ୍ରକାର ଚିନ୍ତା ଦେଖିବାକୁ ମିଳିଥିଲା । ଏହି ଘଡିସନ୍ଧି ମୁହୂର୍ତ୍ତରେ ଦେବଦୂତ ସାଜି ସାହାଯ୍ୟର ହାତ ବଢାଇବାକୁ ଆଗକୁ ଆସିଥିଲେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଗଜପତି ଶାଖା ପାରଳାଖେମୁଣ୍ଡିର ସମାଜସେବୀ ସନ୍ତୋଷ କୁମାର ଗନ୍ତାୟତ ଓ ଅନ୍ୟ ସ୍ବେଚ୍ଛାସେବୀ । ଗତ ଦୁଇ ଦିନ ଧରି ବାତ୍ୟା ସମୟରେ ବସଷ୍ଟାଣ୍ଡ, ପାହାଡ଼ ତଳିଆ ଅଞ୍ଚଳ, ବିଭିନ୍ନ ବସ୍ତି ଆଦି ସ୍ଥାନରେ ଅସହାୟମାନଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କ ଥଇଥାନର ବ୍ୟବସ୍ଥା କରିଥିଲେ । ଏହି ସବୁ ସେବା କାର୍ଯ୍ୟକ୍ରମରେ ସହଯୋଗର ହାଥ ବଢାଇଥିଲେ ଜିଲ୍ଲା ନ୍ୟାୟାଳୟର କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ଅଭିଷେକ ଗନ୍ତାୟତ, ସଞ୍ଜୟ ପାଢ଼ୀ ଓ ବିବେକାନନ୍ଦ ଯୁବା ମଣ୍ଡଳର ସହଯୋଗୀ ।