ମନ୍ଥାର ଲଗାଣ ବର୍ଷାରେ ଭୁଷୁଡ଼ିଲା ଘର…

ପାରୋଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା):  ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ପଞ୍ଚାୟତ  କିମ୍ବୁସିଂ ଗ୍ରାମର କୁର୍ଗାସିଂ ସାହିର  ରଇସା ନାଇକା ନାମକ ମହିଳାଙ୍କ ଘର  ଲଗାଣ ବର୍ଷା ଯୋଗୁଁ  ଭୁଷୁଡ଼ି ଥିବା ସୁଚନା ମିଳିଛି l ହେଲେ ଏକ ବଡ଼ ବିପଦରୁ  ଅଳ୍ପକେ ବଞ୍ଚିଲେ ରଇସା ନାଇକାଙ୍କ ପରିବାର l ସାହିର କିଛି ଲକ ଘର ଭୁସୁଡ଼ିବା ଦେଖି ସେହି ଘର ଭିତରୁ ରଇସା ନାଇକାକୁ ବାହାରକୁ ଆଣିଥିଲେ l ରଇସା ନାଇକା(60)ଜଣେ ବଧିର l ସ୍ୱାମୀ ଚାଲିଗଲା ପରେ ସେ ଏକା ଘରେ ରହୁଥିଲେ l ପୁଅ କୁଳିମଜୁରୀ କରିବା ପାଇଁ ବାହାରକୁ ଯାଇଥିବା ବେଳେ ଏହି ଲଗାନ ବର୍ଷାରେ ଘର ଭୁଷୁଡ଼ି ଯିବା ଦ୍ୱାରା ସେ ଭାଙ୍ଗି ପଡ଼ିଥିବା କହିଛନ୍ତି l