ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ପୁଲିସ ପକ୍ଷରୁ ଥାନା ଅଧିକାରୀ ଡି.ଗଜପତି ଦୋରାଙ୍କ ନେତୃତ୍ବରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏଥିରେ ସ୍ଥାନୀୟ ଜନପ୍ରତିନିଧି ଏବଂ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ l ଦୈନନ୍ଦିନ ଜୀବନରେ ଏବେ ସମସ୍ତେ ଡିଜିଟାଲ୍ ବ୍ୟବସ୍ଥା ଉପରେ ନିର୍ଭରଶୀଳ ହୋଇଥିବା ବେଳେ ବ୍ୟବହାରକାରୀଙ୍କୁ ସାଇବର ଅପରାଧ, ଅନ୍ଲାଇନ ଠକେଇ ଭଳି ଅପରାଧରୁ କିଭଳି ସୁରକ୍ଷିତ ରହିବେ ସେ ନେଇ ଏ ଏସ ଆଇ କେ. ଶଙ୍କର ପ୍ରଥମେ ଆୟୋଜିତ କାର୍ଯ୍ୟକ୍ରମରେ ସଚେତନ କରାଇଥିଲେ l ସରକାର ଏବେ ସାଇବର ପୁଲିସଙ୍କୁ ଶକ୍ତିଶାଳୀ କରିବା, ସଚେତନତା ବୃଦ୍ଧି କରିବା ଓ ସୁରକ୍ଷିତ ଡିଜିଟାଲ ପରିବେଶ ଗଠନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ବୋଲି ଆଲୋଚନା ହୋଇଥିଲା l ଇଣ୍ଟରନେଟ୍ ଜରିଆରେ ଝିଅମାନଙ୍କୁ ବ୍ଲାକମେଲ୍ କରୁଥିବା ଓ ମାନସିକ ନିର୍ଯାତନା ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ପୁଲିସକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିଥିବା ମଧ୍ୟ କୁହାଯାଇଥିଲା । ଏହି ସାଇବର ସୁରକ୍ଷା ଅଭିଯାନ ୨୦୨୫ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସସ୍ମିତା କାର୍ଯୀ, ରା. ଉଦୟଗିରି ବ୍ଲକ ପଞ୍ଚାୟତ ସମିତି ଅଧକ୍ଷ ଲକ୍ଷ୍ମୀନାରାୟଣ ଶବର, ପୂର୍ବତନ ସମିତି ସଭ୍ୟ ଗୋପବନ୍ଧୁ ପଟ୍ଟନାୟକ, ରାମଗିରି ବାପଟିଷ୍ଟ ଖ୍ରୀଷ୍ଟିଆନ ଚର୍ଚ୍ଚ ପାଳକ ଆଖିଶ୍ ପଲ୍ , ଡିକନ ଜିଖରୀୟ ଲିମା, ପି ଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନ ବିଭାଗ ଇଂରାଜୀ ଅଧ୍ୟାପକ ଅଞ୍ଜିତ କୁମାର ପରିଛା, ବୁଦ୍ଧିଜୀବୀ ରଘୁନାଥ ବଡମୁଣ୍ଡିଙ୍କ ସହ କାର୍ଯ୍ୟରତ ସମସ୍ତ ପୁଲିସ କର୍ମଚାରୀ ଏବଂ ସ୍ଥାନୀୟ ବ୍ୟବସୟୀମାନେ ଉପସ୍ଥିତ ଥିଲେ l