ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନବାଗତଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା…

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ଼ ସ୍ଥିତ ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ବହୁ ଆଡମ୍ବର ସହ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ନେତ୍ରଭାନ ଭାନୁ ପାଇକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଯୋଗଦେଇ ଦେଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଉଚ୍ଚ ଲକ୍ଷ୍ୟ ରଖି ଅଧ୍ୟୟନ କରିବ କରିବାକୁ କହିଥିଲେ । ଏଥି ସହ ସମ୍ମାନୀତ ଅତି ଅତିଥି ଭାବେ କୋଟଗଡ଼ ବ୍ଲକ ବିଧାୟକ ପ୍ରତିନିଧ୍ ମନୋଜ କୁମାର ସାବତ, ଯୁବାଗୁଡ ସମିତି ସଭ୍ୟ ଷ୍ଟିପାନ ପ୍ରଧାନ, କୋଟଗଡ ଥାନା ସେକେଣ୍ଡ ଅଫିସର ଜିତେନ୍ଦ୍ର ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ପ୍ରକଶ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି କାର୍ଯ୍ୟକ୍ରମରେ ଯୋଗଦେଇ ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାଚେରୀ ଓ ରାସ୍ତା ନଥିବା ଦେଖି ଦୁଃଖ ପ୍ରକାଶ କରିଥିଲେ l ନିଜ ଅଭିଭାଷଣରେ ବିଧାୟକ ନିଜ ପାଣ୍ଠିରୁ ଦଶ ଲକ୍ଷ ଟଙ୍କାର ଅନୁଦାନ ଦେବା ପାଇଁ ଘୋଷଣା କରିଛନ୍ତି । ବିଧାୟକଙ୍କ ଏହି ଘୋଷଣାକୁ ନେଇ ବିଦ୍ୟାଳୟର କର୍ମକର୍ତ୍ତା ଏବଂ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ଦେଖୁବାକୁ ମିଳିଛି l