କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ସୁବର୍ଣ୍ଣଗିରି ପଂଚାୟତ ଠାରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଥିଲା l ଏହି ସାମର୍ଥ୍ୟ ଶିବିର ୧୦ ଗୋଟି ପଂଚାୟତର ଜନ ସାଧାରଣଙ୍କୁ ନେଇ ଏହି କ୍ୟାମ୍ପ କରାଯାଇଥିଲା l ଏଥିରେ ଅସ୍ଥି ଶଲ୍ୟ ବିଭାଗ (ଓଏଚ)୮୭, ଦୃଷ୍ଟି/ବଧୂର(ଭି ଆଇ) ୨୬, ମସ୍ତିଷ୍କ ଘାତା ବୈଦ୍ଧିକଧୃତ (ଏଚ ଅସାମର୍ଥତା), (ସିପି/ଆଇଡି) ୨୮, ଶ୍ରବଣ ଶକ୍ତି ବାତ ଆଇ)୪୫, ଶିକୁଳି ୧୨ ଜଣ, ସମୁଦାୟ ପୁଞ୍ଜିକରଣକରିଥିଲେ ୩୩୧ ଜଣ ସେଥିମଧ୍ଯରୁ ବାଦ ପଡିଲେ ୧୩୩ ଜଣ l ୧୯୮ ଜଣ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ଯୋଗ୍ୟ ହୋଇଥିବା କହିଛନ୍ତି କୋଟଗଡ ବିଏସ ଏସଓ ଅଶୋକ କୁମାର ଗୌଡ଼ l ସେଥିମଧ୍ୟରୁ ୩ ଜଣଙ୍କୁ ହୁଇଲ ଚେୟାର, ୨ଜଣଙ୍କୁ ଆଶା ବାଡ଼ି ଦେଇ ଏଲବୋ କ୍ୱାଇଛ ୧ ଜଣକୁ ଦିଆଯାଇଥିବା କହିଛନ୍ତି l ଏହି ଶିବିର କାର୍ଯ୍ୟକ୍ରମରେ ଡିଏସଏସଓ ପି.ପଦ୍ମା, ବିଏଫଓ ସଞ୍ଜୟ କୁମାର ରାଉଳ, ଆଇ/ସି ବିଏସ ଏସଓ ସୁଶାନ୍ତ ଧୋଳ, ମଙ୍ଗଳ ଅଧିକାରୀ ଦୀପକ କୁମାର ସିଂ, ପିଏ ଭଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ କ୍ରିମିୟ ସୁନାମାଝି, ସ୍ଥାନୀୟ ସରପଞ୍ଚ ସମନାଥ ପ୍ରଧାନ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ ।