ଦୀର୍ଘଦିନ ବ୍ୟବଧ୍ୟାନରେ ପୁଣି ଥରେ ହାତୀ ଆତଙ୍କ…

ଘୁ.ଉଦୟଗିରି(ନୀଳମାଧଵ ପ୍ରଧାନ): ସ୍ଥାନୀୟ ଘୁ.ଉଦୟଗିରି ବ୍ଲକ ନନ୍ଦଗିରି, ସୁଜେଲି ଠାରେ ପୁଣି ଦୁଇଟି ହାତୀଙ୍କ ଉପଦ୍ରବ ଓ ଆତଙ୍କ ଦେଖିବାକୁ ମିଳିଛି । ଗ୍ରାମର ଭୀମସେନ ମଲିକ ଓ ସୁମନ୍ତ ପ୍ରଧାନଙ୍କ ଶସ୍ୟ କ୍ଷେତ୍ର, ଘର ଏବଂ ଗୁହାଳକୁ ସମ୍ପୂର୍ଣ ଭାବେ ନଷ୍ଟ କରିଛି ହାତୀ l ପୂର୍ବରୁ ହାତୀପଲ ବହୁ ଫସଲ, ଗାଈଗୋରୁ ଏମିତିକି ତିନି ତିନିଟି ଜୀବନ ମଧ୍ୟ ନଷ୍ଟ କରିଛନ୍ତି । ଏଥି ନିମନ୍ତେ ପୂର୍ବରୁ ବହୁବାର ଜନସାଧାରଣଙ୍କ ସୁରକ୍ଷା ଏବଂ ହାତୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନିମନ୍ତେ ବହୁପ୍ରଶାସନିକ ଅଧିକାରୀଙ୍କୁ ଦାବିପତ୍ର ସହ ଆନ୍ଦୋଳନ ମଧ୍ୟ କରାଯାଇଥିଲା l ଯାହାର ଫଳ ସ୍ୱରୂପ ୧୬୦ ଜଣ ଆଦିବାସୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ବିଭାଗ ।  ଏଣୁ ପୁଣି ଥରେ କିଛି ଦିନ ବ୍ୟବଧ୍ୟାନରେ ଅଂଚଳରେ ହାତୀଙ୍କ ପ୍ରବେଶ ଓ ଉପଦ୍ରବ ସାଧାରଣରେ ଆତଙ୍କ ଖେଳାଇବା ସହ ସମ୍ପକ୍ତ ବିଭାଗ ଉପରେ ଜନସାଧାରଣଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି ।