୮୦୦ ଶହ ହିତାଧିକାରୀଙ୍କୁ ରାସନ କାର୍ଡ ବାଣ୍ଟିଲେ ବିଧାୟକ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ କାଯ୍ୟାଳୟ ପରିସରରେ ଶୁକ୍ରବାର ନୂତନ ରାସନ କାର୍ଡ, ଅର୍ଯ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟଦେଶ ଏବଂ ବିଭିନ୍ନ ପ୍ରକାରର ଭତ୍ତା ବଣ୍ଟନ କରାଯାଇଛି । ଆୟୋଜିତ କାଯ୍ୟକ୍ରମରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୮୦୦ ଶହ ହିତାଧିକାରୀଙ୍କୁ ରାସନ କାର୍ଡ ବାଣ୍ଟିଛନ୍ତି । ସେହିପରି ବିଭିନ୍ନ ପ୍ରକାରର ୬୧ଟି ଭତ୍ତା ଓ ୧୬୩ ଟି ପରିବାରକୁ ଅର୍ଯ୍ୟୋଦୟ ଗୃହ ଯୋଜନାର କାଯ୍ୟାଦେଶ ପ୍ରଦାନ କରିଛନ୍ତି । ସରକାର ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ଆର୍ଥିକ ଓ ସାମାଜିକ ବିକାଶ ଦିଗରେ ଉଦ୍ୟମ ଜାରି ରଖିଛନ୍ତି । ଆଗାମୀ ଦିନରେ ଆହୁରୀ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ରାସନ ଓ ଭତ୍ତା ସମେତ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ନାୟକ  କହିଥିଲେ। କାଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ, ବିଡ଼ିଓ ଭାରତୀ ଦେବୀ, ଉପାଧ୍ୟକ୍ଷା ରାଜଲଷ୍ମୀ ପ୍ରଧାନ, ଜଗନ୍ନାଥ ପ୍ରସାଦ ବ୍ଳକ ଉପାଧ୍ୟକ୍ଷ ନୀଳାଞ୍ଚଳ ଖିଲାର, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ନିତ୍ୟାନନ୍ଦ ପାତ୍ର, ସାଂସଦ ପ୍ରତିନିଧି ରବୀନ୍ଦ୍ର କୁମାର ଗୌଡ଼, ଶିବ ଶଙ୍କର ପ୍ରଧାନ, ଧୋବା ଗୌଡ଼, ସୁବାସ ବରାଡ଼, କୁବେର ପ୍ରଧାନ, ହୃଷିକେଶ ପ୍ରଧାନ, ଲକ୍ଷ୍ମଣ ନାଇକଙ୍କ ସମେତ ସମସ୍ତ ପିଆରଆଇ୍ ମେମ୍ବର ଉପସ୍ଥିତ ଥିଲେ ।