ଦାରିଙ୍ଗବାଡି(ଆଶୋକ ସିଂ): ଦାରିଙ୍ଗବାଡି ସମିତି ସଭାଗୃହ ଠାରେ ପୋଷଣ ମାସ -୨୦୨୫ , ବେଟି ବାଚାଓ ବେଟି ପଢ଼ାଅ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସମନ୍ଵିତ ଶିଶୁ ବିକାଶ ଅଧିକାରୀ ସନ୍ଧ୍ୟାରାଣି ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ପ୍ରୀତି ରଞ୍ଜନ ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା, ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡ଼ଃ. ଆଞ୍ଚଲ ନାୟକ, ଜନସ୍ବାସ୍ଥ୍ୟ ଅଧିକାରୀ ସୁବ୍ରତ ଶତପଥୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମ୍ ଏଡୁକୋର କାର୍ଯ୍ୟକ୍ରମ ପରିଚାଳକ ସୁଧୀର ଦିଗାଲ, ଜାଗୃତି ଅନୁଷ୍ଠାନର କୈଳାଶ ସାର ପ୍ରମୁଖ ମଞ୍ଚାସିନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ଜରିଆରେ “ସ୍ୱାସ୍ଥ୍ୟ ହିଁ ସମ୍ପଦ”, ବିଷୟରେ ଚର୍ଚ୍ଚା କରାଯାଇ ଥିଲା l ସୁନ୍ଦର ସୁସ୍ଥ ସବଳ ଜୀବନ ଯାପନ କରିବାକୁ ହେଲେ ଖାଦ୍ୟ ଶୈଳୀରେ ପରିବର୍ତ୍ତନ କରିବା ନିହାତି ଜରୁରୀ l କିଭଳି ଭାବେ ନିଜ ଅଞ୍ଚଳରେ ମିଳୁଥିବା ବିଭିନ୍ନ ଫଳ ପନିପରିବା, କ୍ଷୁଦ୍ର ଦାନା ଶସ୍ୟକୁ ବହୁଳ ବ୍ୟବହାର କରି ପାରିବା ଏବଂ ବାଜାରରେ ମିଳୁଥିବା ଫାଷ୍ଟ ଫୁଡରୁ ଦୁରେଇ ରହି ନିଜ ବାଡି ବଗିଚାରୁ ମିଳୁଥିବା ବିଭିନ୍ନ ଫଳ ପନିପରିବାକୁ ବହୁଳ ବ୍ୟବହାର କରିବା, କେଉଁ ଫଳରେ କଣ ସବୁ ପୋଷାକ ତତ୍ତ୍ଵ ରହିଛି ଓ ତାକୁ କିଭଳି ବ୍ୟବହାର କରାଯିବ ସେ ବିଷୟ ରେ ବିସ୍ତୃତ ଆଲୋଚନା କରାଯାଇ ଥିଲା l ପ୍ରେମ ଏଡ଼ୁକୋର କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଦିଗାଲ ପ୍ରୋଜେକ୍ଟର ଜରିଆରେ ଝିଅମାନଙ୍କ ପାଠ ପଢ଼ା ଓ ସେମାନଙ୍କ ସୁରକ୍ଷା ଦିଗରେ ବିସ୍ତୃତ ବିବରଣୀ ଉପସ୍ଥାପନା କରି ଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନୱଡ଼ି କର୍ମୀ ଆଶା କର୍ମୀ ଓ ଛାତ୍ରଛାତ୍ରୀମାନେ ଯୋଗ ଥିଲେ ।