ଜୁନାଗଡ(ଭବାନୀ ଗହିର): ଗୋତମୁଣ୍ଡା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେବାଦେବୀଙ୍କ ସ୍ଥାନ ସର୍ବାଗ୍ରେ ରହିଥିବା ବେଳେ ପ୍ରତି ବର୍ଷ ଦଶରା ଆସିଲେ ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ଗ୍ରାମବାସୀଙ୍କ ମଙ୍ଗଳ କାମନା କରନ୍ତି ଗ୍ରାମ୍ୟ ପୂଜକ । କୋକସରା ବ୍ଲକ ଆଦିବାସୀ ବହୁଳ ଦଣ୍ଡପାଟ ଅଞ୍ଚଳରେ ଥିବା ଗୋତୋମୁଣ୍ଡା ଠାରେ ଘାଟି ମୁଣ୍ଡିଆଣି ମା ସର୍ବମଙ୍ଗଳାଙ୍କ ବାର୍ଷିକ ଦଶରା ରବିବାର ଠାରୁ ଆରମ୍ଭ ହୋଇଛି । ଗୋତମୁଣ୍ଡା ଠାରେ ଦଶରା ଯାତ୍ରା ତିନିଦିନ ଧରି ମହା ସମାରୋହରେ ପାଳନ କରାଯିବା ପାଇଁ କମିଟି ତରଫରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ରବିବାର ଦିନ ମା’ ଘାଟି ମୁଣ୍ଡିଆଣୀ ସର୍ବମଙ୍ଗଳାଙ୍କ ପୀଠରେ ଖଣ୍ଡାଧୁଆ ପରମ୍ପରା ରୀତିନୀତିରେ ସମାପନ ହୋଇଛି । ଗ୍ରାମର ପୁଝାରୀ ମନୋହର ପୁଝାରୀଙ୍କ ଦେବୀଙ୍କ ଖଣ୍ଡାକୁ ନେଇ ଗ୍ରାମ ନିକଟସ୍ଥ ପୋଖରୀରୁ ମା’ଙ୍କ ଖଣ୍ଡାକୁ ବିଧି ମୁତାବକ ମାର୍ଜନା ପୂଜାର୍ଚ୍ଚନା ପରେ ପୋଖରୀ ପାଣିରେ ଧୋଇ ଅଣାଯାଏ । ଏହି ଖଣ୍ଡାଧୁଆ ପର୍ବରେ ବିରାଟ ପଟୁଆରରେ ଅନେକ ସାଂସ୍କୃତିକ ଦଳ, ଘଣ୍ଟଦଳ, ଘୁମୁରା ଦଳ ସମେତ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଆଦିବାସୀ ପରମ୍ପରା ବେଶଭୁଷା ନାଚି ଗାଇ ମା’ଙ୍କ ଖଣ୍ଡାକୁ ମୁଖ୍ୟ ମନ୍ଦିରକୁ ଅଣାଯାଏ । ଏହା ପରେ ଖଣ୍ଡା ସ୍ଥାପନ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଏହିସବୁ କାର୍ଯ୍ୟ ପରମ୍ପରା ଓ ରୀତିନୀତି ମୁତାବକ ସମାପନ ହୋଇଛି । ଖଣ୍ଡାଧୁଆ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମୋନରମା ମହାନ୍ତି, ସମ୍ମାନିତ ଅତିଥି ଭାବେ ପୂର୍ବତନ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ୍ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବକୁମାର ଅଗ୍ରୱାଲ, ଇନ୍ଦ୍ରାବତି ଅଧିକ୍ଷଣ ଯନ୍ତ୍ରୀ ଇଂ ତୃପ କୁମାର ପାତ୍ର, ଆମପାଣି ଜୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଜିଲ୍ଲା ଆଦିବାସୀ ସଂଘ ସମ୍ପାଦକ ଋତୁରାଜ ମାଝୀ, ବେହେରା ସମବାୟ ସମିତିର ସଭାପତି ଭବେଶ ଗଇଁନ୍ତା, ପୂର୍ବତନ ଧର୍ମଗଡ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ପଣ୍ଡା, ସମାଜସେବୀ ଟିକେଲାଲ୍ ସାହୁ, ଇଶ୍ଵରଲାଲ ଅଗ୍ରୱାଲ, ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ଯୋଏଡ, ଗୋପୀନାଥ ମହାନନ୍ଦ, ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପୁଝାରି, ନାଏବ ସରପଞ୍ଚ ପାର୍ଥବ ମାଝୀ ପ୍ରମୁଖ ସାମିଲ ହୋଇଥିଲେ । ପରେ ଦଶରା ସାଂସ୍କୃତିକ ମଞ୍ଚକୁ ଉପସ୍ଥିତ ଅତିଥିମାନେ ଉଦଘାଟନ କରିଥିଲେ । ଏହି ଅବସରରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଦେବାଦେବୀଙ୍କ ପୂଜାର୍ଚ୍ଚନା ସହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାନେଇ ପୂଜା କମିଟି ପକ୍ଷରୁ କୁହାଯାଇଛି । ପୂଜା କମିଟି ସଭାପତି ହେମନ୍ତ ମାଝୀ, ସମ୍ପାଦକ ଭରତ ପୁଝାରି, ପୁର୍ଣ୍ଣଚନ୍ଦ୍ର ନାଏକ, ହିମାଞ୍ଚଳ ପୁଝାରି, ବଳିଆର ସିଂ ମୋରେଇ, ତୁଲାରାମ ଗୋପାଳ, ଉପେନ୍ଦ୍ର ବାଗ, ପିଣ୍ଟୁ ନନ୍ଦ ମାଝୀ, ମୁକୁନ୍ଦ ନାଗେଶ, ନିରଞ୍ଜନ ବାଗ, ଭାରତ ଦୁର୍ଗା, ବଳରାମ ମାଝୀ, ଉପେନ୍ଦ୍ର ବାଗ, ରୋମାଞ୍ଚଳ ପୁଝାରି, ଯଦୁମଣି ଦୁର୍ଗା, ସୁବାସ ଖର୍ସେଲ ପ୍ରମୁଖ ଦଶହରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।