ବ୍ଲକ ସ୍ତରୀୟ ସମୂହ କ୍ରୀଡା ପ୍ରତିଯୋଗିତା ୨୦୨୫-୨୬ ଉଦଘାଟିତ….

ରାୟଗଡ(ଟିକି ଲିମା): ଗଜପତି  ଜିଲ୍ଲା  ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣ ପୁର ନିଳମଣି ଉଚ୍ଚବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ରାୟଗଡ଼ ବ୍ଲକ୍ ଅଧ୍ୟକ୍ଷା, ପୂର୍ଣାବାସି ନାୟକ, ସମ୍ମାନିତ ଅତିଥି ଭାବେ ରାୟଗଡ଼ ବ୍ଲକ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ଜିଲ୍ଲା ପରିଷଦ ସଭ୍ୟା ଗୌତମୀ ଜାନୀ, ନାରାୟଣ ପୁର ସମିତି ସଭ୍ୟା ଅନିତା ପଟ୍ଟନାୟକ ସ୍ଥାନୀୟ ସରପଞ୍ଚ, ବିଶ୍ଵନାଥ ଶବର ବିଦ୍ୟାଳୟ ପରିଚାଳନା ସଭାପତି ଧନେଶ୍ଵର ନାୟକ, ରାୟଗଡ଼ ପିଏମଶ୍ରି ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନଜ ବେହେରା ଓ ପି ମେନକା ରାଓ ସଭାପତି ଭାବେ ମଞ୍ଚାସିନ ଥିଲେ । ଏହି ପ୍ରତିଯୋଗିତାରେ ୩୫୧ ଜଣ ଛାତ୍ରଛାତ୍ରୀ ଭାଗ ନେଇ ଥିଲେ । ବାଳକ ଓ ବାଳିକା ବିଭାଗର କବାଡି, ଖୋ ଖୋ, ଭଲିବଲ୍ ଦୌଡ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହଇଥିଲା । ଏହି କ୍ରୀଡା ଉତ୍ସବରେରେ ଅତିଥିମାନଙ୍କୁ ସ୍ଵାଗତ କରି ମଞ୍ଚ ପରିଚାଳନା କରିଥିଲେ । ଏହି କ୍ରୀଡା ଉତ୍ସବକୁ ଖେଳ ଶିକ୍ଷକ ଜଗତ ଚନ୍ଦ୍ର କାର୍ଯୀ, ସନ୍ତୋଷ ପ୍ରସାଦ ପଣ୍ଡା, ପ୍ରିୟଦର୍ଶି ମିଶ୍ରଙ୍କ ସମେତ ଖେଳ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ l ବିଭିନ୍ନ ସ୍କୁଲର ଗାଇଡ୍ ଶିକ୍ଷକ, ସିଆରସିସି ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ l