ରା ଉଦୟଗିରି( ଆକାଶ ଦାସ ): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଜପତି ତରଫରୁ ରା ଉଦୟଗିରି ବ୍ଲକ ରାମଗିରି ପଞ୍ଚାୟତ ଠାରେ ଶିଶୁ ଚାଲାଣ ବିରୋଧରେ ଗୋଷ୍ଠୀ ସଚେତନା କାର୍ଯ୍ୟକ୍ରମ ରାମଗିରି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରା ଉଦୟଗିର ବ୍ଲକର ତିନୋଟି ପଞ୍ଚାୟତର ଯଥା ରାମଗିରି, ତାବରସିଙ୍ଗ ଓ ଅନଘାର ପ୍ରାୟ ୨୦୦ ଶହରୁ ଉର୍ଦ୍ଧ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି କାର୍ଯକ୍ରମର ଉଦ୍ଦେଶ୍ୟ ହେଲା ଶିଶୁମାନଙ୍କର ଚାଲାଣକୁ ବିରୋଧ କରିବା ସହିତ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ପ୍ରଚଳିତ ସମସ୍ତ ଯୋଜନା ସମ୍ପର୍କରେ ଅବଗତ କରାଇବା ଓ ସେମାନଙ୍କୁ ସମାଜର ସ୍ବତନ୍ତ୍ର ପରିଚୟ ଦେଇ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବା । କୌଣସି ଶିଶୁ ଯେପରି ତାଙ୍କର ଅଧିକାରରୁ ବଞ୍ଚିତ ନହୁଏ କିମ୍ବା ବିପଦ ସଙ୍କୁଳ ପରିବେଶକୁ ଚାଲି ନ ଯାଏ ସେଥି ନିମନ୍ତେ ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ ତରଫରୁ ସମସ୍ତ ସୁବିଧା ଯୋଗାଇବା ପାଇଁ ଆଲୋଚନା କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷ୍ୟ ଅଧିକାରୀ ଅରୁଣ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମୀକାନ୍ତ ପଣ୍ଡା ସହ ସମସ୍ତ ୱାର୍ଡର ୱାର୍ଡ ମେମ୍ବର, ଅଙ୍ଗନୱାଡ଼ି, ଏମ୍ବିକେ ,ସିଆରପି, କୃଷିମିତ୍ର ଓ ସ୍ବୟଂ ସହାୟକମହିଳି ଗୋଷ୍ଠୀ ଉପସ୍ଥିତ ଥିଲେ ।